ଓଡିଶାର ପ୍ରଥମ ମହିଳା ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରଲୋକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଥମ ଓଡ଼ିଶୀ ନାଚିଥିବା ନୃତ୍ୟାଙ୍ଗନା ତଥା ମହାନ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଶନିବାର ରାତି ୧୧ଟା ୧୦ରେ ଭୀମଟାଙ୍ଗିସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ବାଧ୍ୟକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶାର ନୃତ୍ୟ, ସଂଗୀତ ଓ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁଶଯ୍ୟା ପାଖରେ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଲକ୍ଷ୍ମୀପ୍ରିୟା ମହାପାତ୍ର ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ । ଖୋର୍ଦ୍ଧାରେ ଜନ୍ମଲାଭ କରିଥିବା ଲକ୍ଷ୍ମୀପ୍ରିୟା ପରବର୍ତ୍ତୀ ସମୟରେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ନିଜ ନୃତ୍ୟର ଆବିଷ୍କାର କରିଥିଲେ । ସେ ବହୁ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ୧୯୪୬ ରେ ଅନ୍ନପୂର୍ଣ୍ଣା-ବି ଥିଏଟର ସହ ଯୋଡ଼ି ହେବା ପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ମିଶି ଲକ୍ଷ୍ମୀପ୍ରିୟା ଅନେକ ନୃତ୍ୟ ପରିବେଷଣ କରିଥିଲେ । ସେବେଠାରୁ ଉଭୟ ଏକାଠି ଯାତ୍ରା ଆରମ୍ଭ କରିଥିଲେ ।

୧୯୪୭ରେ ପ୍ରଥମେ ସେ ମଞ୍ଚରେ ଗୋଟିପୁଅ ନୃତ୍ୟ କରିଥିଲେ । ଏଭଳି ଭାବେ ଲକ୍ଷ୍ମୀପ୍ରିୟା ଅନେକ ନୃତ୍ୟାଭିନୟରେ ନୃତ୍ୟ ପରିବେଷଣ କରିଛନ୍ତି । ବହୁ ଲୋକପ୍ରିୟ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ମ୍ୟାନେଜର, ଆଲୋକ, ଭରସା, ତଅପୋଇ, ମୂଲିଆ, କଳାପାହାଡ଼, ଜହର, ଦଶାବତାର, ସାଧବ ଝିଅ ଆଦି ଅନ୍ୟତମ । ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି, ଯାହାକି ଇତିହାସ ରଚନା କରିଛି । ସେଥିରେ ରହିଛି ସୂର୍ୟ୍ୟମୁଖୀ, ମାଣିକ ଯୋଡ଼ି, ଅମଡ଼ା ବାଟ, ମଲାଜହ୍ନ ଆଦି। ଗୁରୁ କେଳୁଚରଣ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଆସୁଥିଲେ, ତେଣୁ ସେହି ଛାତ୍ରଛାତ୍ରୀମାନେ ଲକ୍ଷ୍ମୀପ୍ରିୟାଙ୍କୁ ଗୁରୁମା ଭାବେ ଗ୍ରହଣ କରିନେଇଥିଲେ । ଓଡ଼ିଶୀ ନୃତ୍ୟର ଗୁରୁମା କହିଲେ ତାଙ୍କୁ ବୁଝାଏ । ଗୁରୁ କେଳୁଚରଣଙ୍କ ପାଖରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ପିଲାଠାରୁ ଅଧିକ ଭଲପାଇବା ଦେଉଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ