Masthead

ବର୍ଷା ଛାଡିଛି ହେଲେ ଦୁର୍ଦ୍ଦଶା ବଢ଼ିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବର୍ଷା ଛାଡିଛି ହେଲେ ଦୁର୍ଦ୍ଦଶା ବଢିଛି । ଲଗାଣ ବର୍ଷା ଛାଡିଛି ସତ ହେଲେ ଛାଡିଯାଇଛି ଦୁର୍ଦ୍ଦଶାର ପାଦଚିହ୍ନ। କେଉଁଠି ବୁଡେଇଛି ତ କେଉଁଠି ଭସେଇଛି। ଏବେବି ଜଳ ଘେରରେ ଭୋକ ଉପାସରେ ଜୀବନ ବିତୁଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି। ଅପେକ୍ଷା ପାଣିକୁ। ପାଣି ଛାଡିଲେ ଅସଜଡା ଘରକୁ ସଜାଡିବେ। ଏ ହେଉଛି ପୁରୀ ବଳିଆପଣ୍ଡା ବିଜୟନଗର ଧୋବାଖାଲର ଦୃଶ୍ୟ । ଲଗାଣ ବର୍ଷାରେ ଏମାନଙ୍କ ଜନଜୀବନ । ଖାଇବାକୁ ପାଉନାହାନ୍ତି । ଜଳବନ୍ଦୀରେ ଅଛନ୍ତି। ସବୁଠୁ ବଡ଼ କଥା ସମସ୍ଥଙ୍କୁ ଘାରିଛି ସାପର ଭୟ ।

ଜିଲ୍ଲାର ଅନେକ ସ୍ଥାନରେ ଚାଳ ଛପର ଓ କଚା ଘର ଭିତରେ ପାଣି ପଶି ଭୁଷୁଡ଼ି ପଡିଛି। ବର୍ଷା ପାଣିରେ ରାଜ୍ୟର ଅନେକ ସ୍ଥାନ ବୁଡି ରହିଛି । ବିଭିନ୍ନ ସ୍ତାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଯାଜପୁର ଜିଲ୍ଲା ବରୀରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାସିଯାଇଛିନ୍ତି ବାପ-ପୁଅ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ । ବଣାଇରେ ପୋଲ ଉପରେ ପାଣି ଚାଲୁଥିବାରୁ ୭ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଅନ୍ୟପଟେ ବ୍ରାହ୍ମଣୀରେ ୧୫ କିମି ଯୁବକ ଭାସିଯିବା ପରେ ନାଉରୀଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି । ଏହା ସହ ରାଜଯର ବିଭିନ୍ନ ଅଞ୍ଚଳରୁ ଆସିଛି ଏଭଳି ଦୁର୍ଦ୍ଦଶାର ଚିତ୍ର । କେଉଁଠି ଖାଦଯ ମିଳୁନି ତ ଆଉ କେଉଁଠି ଘର ଭାଙ୍ଗି ଫସିରହିଛନ୍ତି ଲୋକେ । ରାଜ୍ୟ ବର୍ଷା ଜଳରେ ବୁଡିଛି କିନ୍ତୁ ଜନପ୍ରତିଧି କିମ୍ବା କୌଣସି ପ୍ରଶାସନିକ ଅଧିକରୀଙ୍କ ଦେଖା ନାହିଁ । ୟାହାକୁ ନେଇ ସୃଷ୍ଟି ହୋଇଛି ଜନ ଅସନ୍ତୋଷ । ସରକାରୀ ଅଧିକାରୀଙ୍କ କାୟଯ ଅବହେଳା ୟୋଗୁଁ ଅନେକ ଲୋକଙ୍କ ପ୍ରାଣ ବି ଗଲାଣି। ତେବେ କେବଳ କ୍ଷତିପୂରଣକୁ ରହିଛି ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି