Masthead

କାଠ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ରାଇଘର(ବଡ଼ ଖବର ବ୍ୟୁରୋ): ରାସ୍ତା ନଥିବାରୁ କାଠ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା କରଞ୍ଜିପାଣି ଗ୍ରାମରେ । କରଞ୍ଜିପାଣି ଗ୍ରାମର ଚୈତନ ମୁଦୁଲି ଗତ ତିନି ଦିନ ହେବ ଜ୍ୱରରେ ପୀଡିତ ଥିଲେ ।

ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଏକ ବୋଲେର ଭଡା କରି ଆଣିଥିଲେ କିନ୍ତୁ ବୋଲେର ହାତିବାଡି ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ଯିବା ପରେ ଆଉ ରାସ୍ତା ନଥିବା ଯୋଗୁ ଆଗକୁ ଯାଇପାରି ନଥିଲା। ଶେଷରେ ପରିବାର ଲୋକ କାଠର ଷ୍ଟ୍ରେଚର ତିଆରି ରୋଗୀକୁ ପ୍ରାୟ ତିନି କିଲୋମିଟର ଦୂର ଯାଏ ବୋହି ଆଣିଥିଲେ।

ପରେ ବୋଲେର ଗାଡ଼ିରେ ରୋଗୀକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା