Masthead

ଡ୍ରଗ୍ସ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କଲେ ଉଦ୍ଧବ ଠାକରେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଡ୍ରଗ୍ସ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ ଉଦ୍ଧବ ଠାକରେ । ମୁମ୍ବାଇ କ୍ରୁଜ୍‌ରୁ ଅସିଦ୍ଧ ନିଶାଦ୍ରବ୍ୟ ମିଳିବା ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଗିରଫ ହୋଇ ଜେଲରେ ଅଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ସରକାର ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। ମହାରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଏନସିବି ଡ୍ରଗ୍ସ ଜବତ କରୁଥିବାରୁ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛି। ମହାରାଷ୍ଟ୍ର ପୁଲିସ୍‌କୁ ବିଜେପି ମାଫିଆ କହିବାକୁ ମଧ୍ୟ ପଛାଉନି। ଏସବୁ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁଜରାଟର ଆଦାନୀ ବନ୍ଦରରୁ ୩ ହଜାର କୋଟି ଟଙ୍କା ଡ୍ରଗ୍ସ ଜବତ ହେବା ଘଟଣା ଉଠାଇଛନ୍ତି।

ମୁମ୍ବାଇ କ୍ରୁଜରୁ ଡ୍ରଗ୍ସ ଜବତ ହେବା ପୂର୍ବରୁ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୩ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ହେଲେ ଏହି ଘଟଣାର ତଦନ୍ତ କେତେ ବାଟ ଗଲା? କେଉଁମାନେ ଏଥିରେ ସାମିଲ ଥିଲେ? ଆଦାନୀ ଗ୍ରୁପ୍‌ ସହ ଡ୍ରଗ୍ସ ଚାଲାଣର କିଛି ଲିଙ୍କ ଅଛି କି ନାହିଁ? ତା’ର ଯାଞ୍ଚ ଏନସିବି କରୁଛି କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଏନସିବି ଦେଉନାହିଁ। କେବଳ ମହାରାଷ୍ଟ୍ରକୁ ଡ୍ରଗ୍ସ ମୁକ୍ତ କରିବାକୁ ଏନସିବି ଚେଷ୍ଟା କରୁଛି । ପ୍ରଥମେ ସେ ଘଟଣା ଉପରେ ଅଧିକ ଫୋକସ କରନ୍ତୁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି