Masthead

ୟୁପି ବିଧାନସଭା ନିର୍ବାଚନ, ଛୋଟ ଦଳ ସହ ମେଣ୍ଟ କରିବ କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଡ଼ ଦଳ ନୁହେଁ ଛୋଟ ଛୋଟ ଦଳ ସହ ମେଣ୍ଟ କରିବ କଂଗ୍ରେସ । ୨୦୨୨ ୟୁପି ବିଧାନସଭାକୁ ନେଇ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଆଗରୁ ସସ୍ପେନ୍ସ କ୍ରିଏଟ ହୋଇଥିଲା ଯେ, କେଉଁ ଦଳ ସହ କଂଗ୍ରେସ ମେଣ୍ଟ କରିବ ନା ଏକାକି ଲଢ଼ିବ । ଏବେ ଏସବୁ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ି ସାରିଛି । ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ କହିଛନ୍ତି କଂଗ୍ରେସ ବଡ଼ ବଡ଼ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ନାହିଁ ।

ୟୁପିରେ ଦୀର୍ଘ ୩୨ବର୍ଷ ହେବ ବିଜେପି, ବିଏସପି ଏବଂ ସମାଜବାଦୀ ପାର୍ଟି ସରକାର ଗଠନ କରିଆସିଛନ୍ତି । ହେଲେ କଂଗ୍ରେସ ଏଥିରେ ସଫଳ ହୋଇନାହିଁ । ୨୦୨୨ ନିର୍ବାଚନକୁ ଦଳ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ଲଢ଼ିବାକୁ ଯାଉଛି । ଦଳ ପକ୍ଷରୁ କୁହାଯାଇଛି ଯେ, ପ୍ରିୟଙ୍କାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ଏଥର ସରକାର ଗଠନ କରିବ। ଯଦିଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଦଳର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ