Masthead

ଜିଲ୍ଲାପାଳଙ୍କ ଦାଦାଗିରି

ରାୟପୁର(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ଦାଦାଗିରି । ଜଣେ ଜିଳ୍ଲାପାଳ ଏମିତି ହୋଇପାରନ୍ତି? ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା ହିଁ ମୁଖ୍ୟ । ତାଙ୍କରି ଟିକସରେ ଦରମା ପାଉଥିବା ସରକାରୀ ବାବୁମାନେ ଆଇନକୁ ହାତକୁ ନେବାକୁ ଭୁଲୁନାହାନ୍ତି । ଏ ହେଉଛି ଛତିଶଗଡ଼ ସୁରଜପୁରର ଦୃଶ୍ୟ। ଲକଡାଉନ ସମୟରେ ଜଣେ ଯୁବକ ଜରୁରୀ କାମରେ ଘରୁ ବାହାରକୁ ବାହାରିଥିଲେ । ଏହି ସମୟରେ ସେ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ହାବୁଡରେ ପଡିଯାଇଥିଲେ । ତେବେ ଜିଲ୍ଲାପାଳ ଯୁବକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ତାଙ୍କ ମୋବାଇଲକୁ ରାସ୍ତାରେ କଚାଡି ଭାଙ୍ଗି ଦେଇଥିଲେ । ସେତିକିରେ ଜିଲ୍ଲାପାଳଙ୍କ ମନ ବୁଝି ନଥିଲା ।

ନିଜର ସୁରକ୍ଷା କର୍ମୀଙ୍କୁ ଲଗାଇ ମାଡ ମରାଇଲେ । ଜିଲ୍ଲାପାଳଙ୍କ ଦାଦଗିରିର ଭିଡିଓ ଭାଇରାଲ ହେବା ପରେ ଦେଶର ବହୁ ଆଇଏଏସ୍ ଓ ଆଇପିଏସ୍ ନିନ୍ଦା କରିଛନ୍ତି । ଚାରିଆଡୁ କଟୁ ସମାଲୋଚନା ହେବାରୁ ବାଧ୍ୟ ହୋଇ ଜିଲ୍ଲାପାଳ ରଣବୀର ଶର୍ମା କ୍ଷମା ମାଗିଛନ୍ତି । ଛତିଶଗଡ଼ ସରକାର ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି । ତୁରନ୍ତ ରଣବୀର ଶର୍ମାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଗୌରବ କୁମାର ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ ଏହାକୁ ନିନ୍ଦା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ୟ୍ୟ ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ