Masthead

ଆସନ୍ତା ମାସରୁ ବିଶ୍ୱକର୍ମା ଯୋଜନା ଲାଗୁ ହେବ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ବିଶ୍ୱରେ ଭାରତର ଚେତନା ପ୍ରତି ବିଶ୍ୱାସ ଜନ୍ମିଛି । ଏବେ ଆମେ ଆଉ ଅଟକିବା ନାହିଁ । ଦେଶର ଯୁବଶକ୍ତି ପାଖରେ ସାମର୍ଥ୍ୟ ଅଛି । ‘ଦୁନିଆ ପ୍ରଯୁକ୍ତିରେ ଆଗକୁ ବଢୁଛି’ । ତିନି ଡି କଥା କହିଲେ ପ୍ରଧାନମନ୍ତ୍ରୀ । ଡେମୋଗ୍ରାଫି, ଡେମୋକେସି ଓ ଡାଇଭର୍ସିଟି । ଭାରତ ଉପରେ ସାରା ବିଶ୍ୱର ଭରସା ରହିଛି । ଭାରତର ବିବିଧତାକୁ ବିଶ୍ୱ ଆଶ୍ଚର୍ୟ୍ୟର ସହ ଦେଖୁଛି । ଭାରତର ରପ୍ତାନୀ ବଢିବାରେ ଲାଗିଛି । ଭାରତ ବିଶ୍ୱକୁ ମାନବିକତା ଦେଖାଇଛି । କରୋନା ପରେ ବିଶ୍ୱର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି । ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ୟ୍ୟ କରିଛି ।

ଲାଲକିଲ୍ଲାରୁ ନୂଆ ଯୋଜନାର ଘୋଷଣା କଲେ ମୋଦି । ଆସନ୍ତା ମାସରୁ ବିଶ୍ୱକର୍ମା ଯୋଜନା ଲାଗୁ ହେବ । ଯୋଜନାରେ ପାରମ୍ପରିକ କାମ ପାଇଁ ୧୫ହଜାର କୋଟି ଦିଆଯିବ । ରିଫର୍ମ, ପର୍ଫର୍ମ ଓ ଟ୍ରାନ୍ସଫର୍ମ ପାଇଁ ଦେଶ ଆଜି ବଦଳୁଛି । ଲୋକଙ୍କୁ ଆବାସ ଯୋଜନା, ପିଏମ ସମୃଦ୍ଧି ଯୋଜନାରୁ ଲାଭ ମିଳୁଛି । ରାଜ୍ୟମାନଙ୍କୁ ୧୦୦ଲକ୍ଷ କୋଟି ଟଙ୍କା ଯାଇଛି । ଗରିବଙ୍କ ଘର ପାଇଁ କେବଳ ୯୦ ହଜାର ମିଳୁଥିଲା । ଏବେ ଘର ପାଇଁ ମିଳୁଛି ୪ଲକ୍ଷ ଟଙ୍କା । ୫ ବର୍ଷ ଭିତରେ ୧୩.୫କୋଟି ଲୋକ ଗରିବ ଦୂର କରିଛନ୍ତି । ଦେଶରେ ଗରିବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢିବ । ଗ୍ୟାରେଣ୍ଟି ଦେଉଛି ୫ ବର୍ଷରେ ଏହା ପୂରଣ ହେବ । ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢିବ । ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ ।

ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ । ଆଧୁନିକତା ଆଡ଼େ ଆମେ ଅଗ୍ରସର ହେଉଛେ । ୨ଶହ କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦେଖାଇଛୁ । ସବୁ କାମ ଧାର୍ୟ୍ୟ ସମୟ ପୂର୍ବରୁ ଶେଷ କରାଯାଇଛି । ପରଫର୍ମ କରିବା ହେଉଛି ମୋଦି ସରକାରଙ୍କ ଧର୍ମ । କେବେ ରୋକିବୁନି, ଥକିବୁନି କି ହାରିବୁ ନାହିଁ । ଏକାତା ନେଇ ସଂକଳ୍ପ ନେବା । ରାଷ୍ଟ୍ର ଚରିତ୍ର ନେଇ ନୂଆ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ବିବିଧତା ଭିତରେ ଏକତା ନେଇ ସଂକଳ୍ପ ନେବା । ୨୦୪୭ ସୁଦ୍ଧା ଦେଶକୁ ବିକାଶଶୀଳ ରାଷ୍ଟ୍ର କରିବା ସଂକଳ୍ପ ନେବା । ଚନ୍ଦ୍ରଯାନରେ ମହିଳା ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି