Masthead

ଆଜି ସୁରୁଖୁରୁରେ ଚାଲିବ ତ ଗୃହ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାର ଚତୁର୍ଥ ଦିନ । ଆଜି ବି ଗୃହରେ ହୋଇପାରେ ହଟ୍ଟଗୋଳ । ସୋମବାର ପରି ମଂଗଳବାର ବି ବିଧାନସଭାରେ ଜାରିରହିଥିଲା ଅଚଳାବସ୍ଥା । ବିଜେପି ସମାନ ପ୍ରସଙ୍ଗକୁ ଧରି ଥିବାବେଳେ ବିଜେଡି ଏନଏଚ ପରେ ଏମଏସପିକୁ ଅସ୍ତ୍ର କରିଛି । ପ୍ରଥମେ ପ୍ରଶ୍ନୋତ୍ତର କାର୍ଯ୍ୟ ହୋଇପାରି ନ ଥିଲା । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସାମ୍ନାକୁ ଆସି ନାରାବାଜି କରିଥିଲେ । ବିରୋଧୀ ଦଳ ସଦସ୍ୟ ଆଣୁଥିବା ପ୍ରଶ୍ନ ଗୁଡିକ ରିଜେକ୍ଟ କରାଯାଉଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ବିଜେପି ବିଧାୟକମାନେ ।

ସେପଟେ ଚାଷୀଙ୍କୁ ମିଳୁଥିବା ଶସ୍ୟ ମୂଲ୍ୟରେ କେନ୍ଦ୍ର ସରକାର କାହିଁକି ବୃଦ୍ଧି କରୁନାହାନ୍ତି ବୋଲି ପ୍ରଶ୍ନ କରି ବିଜେପି ବିରୋଧରେ ପାଲଟା ନାରାବାଜି କରିଥିଲେ ଶାସକ ବିଜେଡି ସଦସ୍ୟ । ଗୃହର ଅଚଳାବସ୍ଥା ଦେଖି ପ୍ରଥମେ ଦିନ ୧୨ଟା ଯାଏଁ ଗୃହ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆଉ ବୈଠକ ପରେ ଅପରାହ୍ନରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ଆଗତ ହୋଇଥିଲା ପୌର ବିଧି ସଂଶୋଧନ ବିଲ୍ । ହେଲେ ଆଜି ଗୃହକାର୍ୟ୍ୟ ସୁରୁଖୁରୁରେ ଚାଲିବ କି ନାହିଁ ତା ଉପରେ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି