ଥାନାରେ ପିଟି ପିଟି ମାରିଦେଲେ

ପୁରୀ, ରାଉରକେଲା, ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧନ ଜୀବନ ରକ୍ଷା କରିବା ପୋଲିସର ଦାୟିତ୍ୱ । ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସର ସବୁଠାରୁ ଗୁରୁ ଦାୟିତ୍ୱ ମଧ୍ୟ । କିନ୍ତୁ ପୋଲିସ ସମସ୍ତ ସୀମା ସରହଦ ଡେଇଁ କାର୍ଯ୍ୟ କରୁଥିବାରୁ ଲୋକଙ୍କ ଘୃଣାର ପାତ୍ର ହେଉଛି ।

ଜାତୀୟ କ୍ରାଇମ୍ ବ୍ୟୁରୋ ରେକର୍ଡରେ ଓଡ଼ିଶା ସ୍ଥାନ କେଉଁଠି ତାହା କାହାକୁ ଅଛପା ନାହିଁ । ଏହା ସତ୍ୱେ ପୋଲିସର ଦାଦାଗିରି ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଘଟଣା, ପୋଲିସ-ଜନତାର କେତେ ମିତ୍ର ପ୍ରମାଣିତ କରିଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ବାରମ୍ବାର ତାଗିଦ୍ ସତ୍ୱେ ଥାନାରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କ ପ୍ରକୃତି ବଦଳୁନାହିଁ । ଲୋକମାନେ ପୋଲିସଠାରୁ ନ୍ୟାୟ ପାଉନଥିବା ବାରମ୍ବାର ଅଭିଯୋଗ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ସେବାକୁ ୫ଟିରେ ସାମିଲ କରିଛନ୍ତି । ତଥାପି ପରିସ୍ଥିତିର ସୁଧାର ଆସୁନି ।

ଆଜି ସକାଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ଘଟିଛି ଅଘଟଣ । ପୁରୀ ଘଟଣାକୁ ସ୍ଥାନୀୟ ଏସପି ସ୍ୱୀକାର କରିଥିବା ବେଳେ ବୀରମିତ୍ରପୁର ଘଟଣାକୁ ସୁନ୍ଦରଗଡ଼ ଏସପି ଅସ୍ୱୀକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ