Masthead

ସ୍କୁଲ ବନ୍ଦ କରନି

ତିହିଡି (ବଡ଼ ଖବର ବ୍ୟୁରୋ): ୧୦୪ ବର୍ଷ ସ୍କୁଲକୁ ବନ୍ଦ କଲେ ସରକାର । ପ୍ରତିବାଦରେ ତିନିଦିନ ହେଲା ଅମୃତପୁର ସ୍କୁଲର ଛାତ୍ର ଛାତ୍ରୀ ଧାରଣାରେ ବସିଛନ୍ତି । ଆଉ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଗାଁ ଲୋକେ । ୪୦ରୁ କମ ପିଲା ଥିଲେ ସେ ସ୍କୁଲ ବନ୍ଦ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ତେବେ ଭକ୍ରକ ଜିଲ୍ଲାରେ ୨୨୭ ସ୍କୁଲ ବନ୍ଦ ହେବ । ଏଥିରୁ ତିହିଡି ବ୍ଳକର ୨୬ଟି ସ୍କୁଲ ବନ୍ଦ ହେବା ନିଶ୍ଚିତ । ଏହି ତାଲିକାରେ ଅଛି ଜାମୁଝୋଡ଼ି ପଞ୍ଚାୟତର ଅମୃତପୁର ସ୍କୁଲ । ଏଠାରେ ୩୮ ପିଲା ଥିବା ବେଳେ ଆଉ ୧୦ ଜଣ ନାମ ଲେଖାଇ ପାରିନାହାନ୍ତି ।

୧୯୧୨ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ଶିକ୍ଷାପ୍ରେମୀମାନେ ମୁଠିଚାଉଳ ସଂଗ୍ରହ କରି ୧୯୧୬ ମସିହାରେ ସ୍ୱପ୍ନ ସାକାର କରିଥିଲେ । ସେହି ଦିନଠାରୁ ବେଶ ଭଲରେ ଚାଲିଥିଲା ଏହି ସ୍କୁଲ । ଶହେ ବର୍ଷ ଅତିକ୍ରମ କରିସାରିଥିବା ଏହି ସ୍କୁଲ ବନ୍ଦ ହେବାକୁ ଯାଉଛି । ନୋଟିସ ପାଇବା ପରେ ପୁରାତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ବସିଛି । ଗାଁ ଲୋକେ ବ୍ଲକରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହେବା ପରେ ଏବେ ସ୍କୁଲରେ ତାଲା ପକାଇ ଦେଇଛନ୍ତି । ଆଉ ଧାରଣାରେ ବସିଛନ୍ତି ସାରା ଗାଁଲୋକେ । ସରକାରୀ ନିଷ୍ପତି ନବଦଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗାଁଲୋକେ ସ୍ପଷ୍ଠ କରିଛନ୍ତି । ସେପଟେ ବିଇଓ କହିଛନ୍ତି ସର୍ଭେ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି । ନିଷ୍ପତି ତାଙ୍କ ହାତରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ