ଇଞ୍ଜିନିୟରଙ୍କ ହାତରେ ରଙ୍ଗତୁଳୀ

କଥା କହେ ତାଙ୍କ କାନଭାସ.........

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ହାତରେ ରଙ୍ଗତୁଳୀ କିମ୍ବା ପେନସିଲ ଧରି ବସିଲେ ପାଲଟି ଯାଆନ୍ତି ସେ ପ୍ରଖୋତ ଚିତ୍ରକାର । ଚିତ୍ର ଦେଖିଲେ ଲାଗୁଛି ସତରେ ଯେମିତି କେହି ଜୀବନ୍ତ ମଣିଷ ଠିଆ ହୋଇଛି ତାଙ୍କ ସାମନାରେ । ଯାହାକୁ ଦେଖିଲେ ସହଜରେ ବିଶ୍ୱାସ କରି ହେଉ ନାହି ତାହାକୁ କରି ଦେଖାଇଛନ୍ତି ଇଞ୍ଜିନିୟରିଂ ଛାତ୍ରୀ ରେବା । କୌଣସି ତାଲିମ ନ ନେଇ ଏପରି ଚିତ୍ର ଆଙ୍କୁଥିବାରୁ ସମସ୍ତଙ୍କୁ ଚକିତ କରିଦେଉଛି ମାଲକାନଗିରି ଜିଲ୍ଲାର ଜଣେ ଇଞ୍ଜିନିୟରିଂ ଛାତ୍ରୀ ରେବା ବିଶ୍ୱାସଙ୍କ ଏହି ଚିତ୍ରକଳା । କାଲିମେଳା ବ୍ଲକ ଏମ.ପି.ଭି.୭ ଗ୍ରାମର ରେବା । ଏପରି ଜୀବନ୍ତ ଚିତ୍ର ଆଙ୍କି ସେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି । ଲକ୍ଡାଉନ୍ ବନାଇ ଦେଇଛି ତାଙ୍କୁ ଏକ ପ୍ରଖୋତ ଚିତ୍ରକାର । ପିଲାଟି ଦିନରୁ ଚିତ୍ରକଳା ପ୍ରତି ଥିବା ତାଙ୍କର ଇଚ୍ଛା ଫୁଟି ଉଠିଥିଲା । ଲକ୍ଡାଉନ ସମୟରେ ଛୁଟିରେ ଘରେ ଥିବାବେଳେ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଦେଖି ଏସବୁ ଚିତ୍ର କରିବାର ଶୈଳୀ ଶିଖିଛନ୍ତି ରେବା ।


ରାଜଧାନୀ ଭୁବନେଶ୍ୱରରେ ବିଟେକ ଇଞ୍ଜିନିୟରିଂ କରିଛନ୍ତି ରେବା । ରେବାଙ୍କୁ ଇଞ୍ଜିନିୟର କରିବା ପାଇଁ ରାଜଧାନୀକୁ ପଠାଇଥିଲେ ବାପା ମାଆ । ପାଠପଢା ଶେଷ ହେବା ପରେ ତାଙ୍କର ଚାକିରି ପାଇଁ ଆଗ୍ରହ ନଥିଲା । ପୁର୍ବରୁ ଏହାକୁ ପସନ୍ଦ କରୁନଥିବା ବାପା ମାଆ ଏବେ ଝିଅର ଜିଦ ଆଗରେ ହାର ମାନିଛନ୍ତି । ଝିଅ ରେବା କେବଳ ମାଲକାନଗିରି ଜିଲ୍ଲାରେ ସୁନାମ ଅର୍ଜନ କରି ନାହାନ୍ତି ଦେଶର ଅନେକ ନେତାଙ୍କ ଠାରୁ ଅଭିନେତା ତାଙ୍କର ଏହି ଚିତ୍ରକଳାକୁ ଦେଖି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସାଉଥ୍ ମେଗାଷ୍ଟାର ପ୍ରଭାସଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋଷଲେ ଓ ଅନେକ ବଲିଉଡ ଅଭିନେତା ନିଜ ଜନ୍ମ ଦିନରେ ରେବାଙ୍କଠୁ ଚିତ୍ର ତିଆରି କରି ନେଇଛନ୍ତି ଯାହାକୁ ନେଇ ରେବାଙ୍କ ପରିବାର ଲୋକେ ବହୁତ ଗର୍ବିତ ।

ରେବାଙ୍କ ଏପରି ଚିତ୍ର ଦେଖି ରାଜ୍ୟ ଚିତ୍ରକଳା ସଂଘ ମଧ୍ୟ ତାଙ୍କୁ ସମ୍ମାନିତ କରିବ ବୋଲି ବିଶିଷ୍ଟ ଚିତ୍ରଶିଳ୍ପୀ କହିଛନ୍ତି । ଜୀବନ୍ତ ଚିତ୍ରକଳା ପାଇଁ ରେବାଙ୍କୁ ଜିଲ୍ଲାସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ୟ୍ୟନ୍ତ ଅନେକ ପୁରଷ୍କାର ମିଳିଛି । ଏହାକୁ ନେଇ ସେ ଆହୁରି ଅନେକ ଆଗକୁ ଯିବାର ସ୍ୱପ୍ନ ଦେଖିଛନ୍ତି । ଯଦି ସରକାରଙ୍କ ଶୁଭଦୃଷ୍ଟି ପଡନ୍ତା ତେବେ ବଣ ମଲ୍ଲି ବଣରେ ନ ଝଡି ସମଗ୍ର ଦେଶକୁ ନିଜ ଚିତ୍ରକଳା ମାଧ୍ୟମରେ ସୁଗନ୍ଧିତ କରିପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’