Masthead

ଚାକିରି ଦେବା ନାମରେ ଠକେଇ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ହଜାର କି ଦୁଇ ହଜାର ନୁହେଁ, ପୁରା ୨୭ ଲକ୍ଷ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ସରକୁମ୍ପାର ବଂଶୀଧର ପଟ୍ଟନାୟକ ଗୋପାଳପୁର ବନ୍ଦରରେ ଚାକିରି କରାଇଦେବା କହି ଯୁବକ ଯୁବତୀମାନଙ୍କଠାରୁ ଲୁଟିଛନ୍ତି ୨୭ ଲକ୍ଷ ଟଙ୍କା । ବିଶାଖାପାଟଣାର ନାନୀବାବୁ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ସେ ୯୦ଜଣଙ୍କ ଠାରୁ ୩୦ ହଜାର ଲେଖାଏଁ ଟଙ୍କା ଆଦାୟ କରିଥିଲେ । ୨୦୧୯ ଅଗଷ୍ଟ ମାସ ଭିତରେ ଏହି ଟଙ୍କା ସେ ଆଦାୟ କରିଥିବା ଅଭିଯୋଗ ହେଇଛି ।

ଟଙ୍କା ଦେଇଥିବା ଲୋକଙ୍କୁ ମିଥ୍ୟା ନିଯୁକ୍ତି ପତ୍ର, ପରିଚୟ ପ୍ରମାଣ ପତ୍ର ବଂଶୀଧର ଯୋଗାଇ ଦେଇଥିଲେ । ୨୦୨୦ ଅଗଷ୍ଟ ମଧ୍ୟରେ ଚାକିରିରେ ଯୋଗ ଦେବା ପାଇଁ ଜାଲ ନିଯୁକ୍ତିପତ୍ର ଦେଇଥିଲେ । ପରେ ବଂଶୀଧରଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା । ସେ ମଙ୍ଗଳବାର ଜଗନା୍ନଥ ପ୍ରସାଦ ବଜାରରେ ବୁଲୁଥିବାର ଦେଖି ଟଙ୍କା ଦେଇଥିବା ଲୋକମାନେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବଂଶୀଧରଙ୍କୁ କାବୁ କରିବା ସହ ତାଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବହୁ ନକଲି କାଗଜପତ୍ର ମିଳିଥଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି