Masthead

ହାଣ୍ଡିଶାଳରେ ଝଡ଼, ଚିନ୍ତା ବଢାଉଛି ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୌଳ କମ୍ପାନୀ ତରଫରୁ ମିଳିଲା ଆଉ ଏକ ଶକ୍ତ ଝଟକା । ଜନ ସାଧାରଣଙ୍କ ପାଇଁ ବଢିଲା ଆଉ ଏକ ଚିନ୍ତା । ଗୋଟେ ପଟେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଉଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । ତେଣେ ହାଣ୍ଡିଶାଳରେ ସୃଷ୍ଟି ହେଲାଣି ଝଡ଼ । ବୃଦ୍ଧି ପାଇଛି ଘରୋଇ ଗ୍ୟାସ ସିଲିଣ୍ଡରର ଦାମ । ଏହି ଦର ବୃଦ୍ଧି ପରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ ୭୬୯ ଟଙ୍କାରୁ ୭୯୪ ଟଙ୍କା ହୋଇଯାଇଛି ।

ଏହି ନୂଆ ଦର ୨୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବାକୁ ଯାଉଛି । ଫେବୃଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ଫେବୃଆରୀ ୪ରେ ସରକାର ଏଲପିଜି ସିଲିଣ୍ଡରର ଦାମ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିଲା । ଏବେ ପୁଣି ୨୫ ଟଙ୍କା ବଢିଛି ଗ୍ୟାସ ସିଲିଣ୍ଡରର ଦାମ । ଚଳିତ ମାସରେ ଗ୍ୟାସ ସିଲିଣ୍ଡରର ଦାମ ୩ ଥର ବୃଦ୍ଧି ପାଇଛି । ବିନା ସବସିଡିରେ ମିଳୁଥିବା ସିଲିଣ୍ଡରର ଦାମରେ ଆଉ ୨୫ ଟଙ୍କା ବୃଦ୍ଧି ପାଇଛି ।

ଡିସେମ୍ବର ପହିଲାରୁ ଗ୍ୟାସ ସିଲିଣ୍ଡରର ଦର ୫୯୪ ଟଙ୍କାରୁ ୬୪୪ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପରେ ପୁଣି ଜାନୁଆରୀ ପହିଲାରୁ ୫୦ ଟଙ୍କା ବଢିଥିଲା ଦାମ । ଫଳରେ ଗ୍ୟାସ ଦର ୬୪୪ ଟଙ୍କାର ସିଲିଣ୍ଡର ୬୯୪ ଟଙ୍କା ହୋଇଥିଲା । ସେହିପରି ୪ ଫେବ୍ରୃଆରୀରେ ମଧ୍ୟ ଦର ବଢି ୭୧୯ ରେ ପହଞ୍ଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି