Masthead

ପୁଣି ଧମକାଇଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ମଣ୍ଡିରୁ ଧାନ ଉଠୁନି । ବିଧାନସଭାର ଗତ ବଜେଟ୍ ଅଧିବେଶନରେ କୃଷିମନ୍ତ୍ରୀ କହିଥିଲେ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବେ । ମନ୍ତ୍ରୀ ବିଧାନସଭାରେ ପ୍ରତିଶ୍ରୁତି ଦେଲେ । ମାତ୍ର ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ନାହିଁ । ଧାନ କିଣା ହେଲାନି । ଚାଷୀମାନେ ସେମାନଙ୍କ ଧାନ ଧରି ରାଜରାସ୍ତା ଅବରୋଧ କରୁଛନ୍ତି ।

କିଛି ଚାଷୀ ଧାନକୁ ଜଗି ମଣ୍ଡିରେ ଦିନରାତି ପଡିରହିଛନ୍ତି । ଯଦି ରାଜ୍ୟ ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ନକିଣନ୍ତି ଆତ୍ମହତ୍ୟା କରିବେ ବୋଲି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ବିଧାନସଭାରେ ଧମକ ଦେଇଛନ୍ତି । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲ ।

ଆଲୋଚନାରେ ଭାଗ ନେଇ ଦେବଗଡ଼ ବିଧାୟକ କହିଥିଲେ ରାଜ୍ୟର ସବୁଚାଷୀଙ୍କଠାରୁ ସରକାର ଧାନ ନକିଣିଲେ ସେ ଆତ୍ମହତ୍ୟା କରିବେ । ପରେ ରାଜ୍ୟ ସରକାର ନରମିଥିଲେ । ପ୍ରତିଶ୍ରୁତି ଦେଇଥିଲେ, ବିଧାୟକଙ୍କ ଦାବି ପୂରଣ ହେବ । ମାତ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ ହେବାରୁ ବିଧାୟକ ପୁଣି ଆତ୍ମାହୂତି ଧମକ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ