Masthead

ପୁଣି ଧମକାଇଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ମଣ୍ଡିରୁ ଧାନ ଉଠୁନି । ବିଧାନସଭାର ଗତ ବଜେଟ୍ ଅଧିବେଶନରେ କୃଷିମନ୍ତ୍ରୀ କହିଥିଲେ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବେ । ମନ୍ତ୍ରୀ ବିଧାନସଭାରେ ପ୍ରତିଶ୍ରୁତି ଦେଲେ । ମାତ୍ର ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ନାହିଁ । ଧାନ କିଣା ହେଲାନି । ଚାଷୀମାନେ ସେମାନଙ୍କ ଧାନ ଧରି ରାଜରାସ୍ତା ଅବରୋଧ କରୁଛନ୍ତି ।

କିଛି ଚାଷୀ ଧାନକୁ ଜଗି ମଣ୍ଡିରେ ଦିନରାତି ପଡିରହିଛନ୍ତି । ଯଦି ରାଜ୍ୟ ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ନକିଣନ୍ତି ଆତ୍ମହତ୍ୟା କରିବେ ବୋଲି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ବିଧାନସଭାରେ ଧମକ ଦେଇଛନ୍ତି । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲ ।

ଆଲୋଚନାରେ ଭାଗ ନେଇ ଦେବଗଡ଼ ବିଧାୟକ କହିଥିଲେ ରାଜ୍ୟର ସବୁଚାଷୀଙ୍କଠାରୁ ସରକାର ଧାନ ନକିଣିଲେ ସେ ଆତ୍ମହତ୍ୟା କରିବେ । ପରେ ରାଜ୍ୟ ସରକାର ନରମିଥିଲେ । ପ୍ରତିଶ୍ରୁତି ଦେଇଥିଲେ, ବିଧାୟକଙ୍କ ଦାବି ପୂରଣ ହେବ । ମାତ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ ହେବାରୁ ବିଧାୟକ ପୁଣି ଆତ୍ମାହୂତି ଧମକ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ