Masthead

ଉଠିଲାନି ଧାନ, ବିଷ ପିଇ ମରଣ ସହ ଯୁଝୁଛନ୍ତି ଚାଷୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଟୋକନର ଧାର୍ଯ୍ୟ ଦିନ ପରେ ମଧ୍ୟ ଧାନ ନେଲେନି । ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଚାଷୀ । ଟୋକାନ ପାଇବା ପରେ ଧାନ କିଣା ନହେବାରୁ ସରକାରୀ ଧାନସଂଗ୍ରହ କରୁଥିବା କେନ୍ଦ୍ର ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଚାଷୀ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠୀକୁ ଧାନ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନଉଠିବାରୁ , ବାରମ୍ବାର ଚାଷୀ ଜଣକ କେନ୍ଦ୍ରକୁ ଯାଇ ଫେରୁଥିଲେ । ଟୋକନ ତାରିଖ ଯିବା ପରେ ମଧ୍ୟ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ ଧାନ ନେଇନଥିଲେ। ରାମକୃଷ୍ଣ ପଣ୍ଡା ନାମକ ଚାଷୀ ଧାନ ସଂଗ୍ରହ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କ ଟୋକନ ତାରିଖ ପରେ ଧାନ ନନେବାରୁ ସେ ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଥିଲେ ।

ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଏତେ ସବୁ ପରେ ୧୫ଦିନ ବିତି ଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ତାଙ୍କ କଥା ବୁଝୁ ନାହାନ୍ତି । ଯାହାକି ବାଧ୍ୟ ହୋଇ ପୁଣି ଆଜି ସିଓଏସଙ୍କ ଅଫିସ ଆଗରେ ଧାରଣା ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼