Masthead

ଶତ୍ରୁର ହୋସ ଉଡାଇବ ଆଇଏନଏସ ଧ୍ରୁବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ଭାରତ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ମହାସାଗରୀୟ ତଦାରଖ ଜାହାଜ ଆଇଏନ୍ଏସ୍ ଧ୍ରୁବ ନିୟୋଜିତ କରିବ । ବହୁ ଦୂରରୁ ଆଣବିକ ଶକ୍ତି ସମ୍ପନ୍ନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ମହାସାଗରୀୟ ତଦାରଖ ଜାହାଜ ଟ୍ରାକ କରିବାରେ ସକ୍ଷମ ହେବ । ଭାରତ ମହାସାଗରରେ ମଧ୍ୟ ହାଇଡ୍ରୋଗ୍ରାଫିକ ସର୍ଭେ କରିବ। ସ୍ୱଦେଶୀ ଞ୍ଜାନ କୌଶଳରେ ନିର୍ମିତ ୧୫,୦୦୦ ଟନ ଓଜନ ବିଶିଷ୍ଠ ଏହି ମିସାଇଲ ରେଞ୍ଜ ଯନ୍ତ୍ରପାତି ଜାହାଜ ଆଇଏନ୍ଏସ୍ ଧ୍ରୁବ ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

ଶତ୍ରୁପକ୍ଷର ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଠାବ କରିବା ସହ ଏହାକୁ ନଷ୍ଟ କରିବ ଦ୍ୱାରା ଆଇଏନ୍ଏସ୍ ଧ୍ରୁବ ସହାୟକ ହେବ । ଜାହାଜରେ ଥିବା ରାଡାର ଦ୍ୱାରା ଆସୁଥିବା କ୍ଷେପଣାସ୍ତ୍ର ଥରେ ଚିହ୍ନଟ ହୋଇଗଲେ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା (BMD) ସିଷ୍ଟମଗୁଡିକ ଟ୍ରାକ ଏବଂ ଗୁଳି ଚଳାଇବା ପାଇଁ ସହଜ ହୋଇଯିବ ।

DRDO ଦ୍ୱାରା ବିକଶିତ ହୋଇଥିବା ଦୁଇ ସ୍ତରୀୟ BMD ସିଷ୍ଟମରେ ୨,୦୦୦ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଅଟକାଇବା ପାଇଁ ଆଇଏନ୍ଏସ୍ ଧ୍ରୁବର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ସକ୍ଷମ । ୧୭୫ ମିଟର ଲମ୍ବ ମହାସାଗରୀୟ ତଦାରଖ ଜାହାଜ ୨୦୧୩-୨୦୧୪ ଠାରୁ ବିଶାଖାପାଟଣାର ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡରେ ନିର୍ମାଣାଧୀନ ଥିଲା । ଆଇଏନ୍ଏସ୍ ଧ୍ରୁବ କାର୍ୟ୍ୟକ୍ଷମ ହେବା ପରେ ଭାରତ ଆମେରିକା, ରୁଷ, ଚୀନ୍ ଏବଂ ଫ୍ରାନ୍ସ ସହ ସମକକ୍ଷ ହୋଇପାରିବ । ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନର କର୍ମକର୍ତ୍ତା ତଥା ନୌ ସେନା ଏବଂ DRDO ଦ୍ୱାରା ପରିଚାଳିତ ଏହି ଜାହାଜଟି ଗତ ଦୁଇ ବର୍ଷ ଧରି ଅନେକ ପରୀକ୍ଷଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା