ରାହୁଲ ଗାନ୍ଧୀ ଅବିବାହିତ ଥିବାରୁ ମହିଳା କଲେଜକୁ ଯାଆନ୍ତି: ଜୋଏସ୍ ଜର୍ଜ

କେରଳ (ବଡ଼ ଖବର): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ତେବେ ଏହାରି ଭିତରେ ନେତାଙ୍କ ମନ୍ତବ୍ୟରେ କିଛି ବାଡ ବତା ରହୁନି । କ୍ରମାଗତ ଭାବରେ ବିବାଦୀୟ ଆଡକୁ ମୁହାଁଉଛି ନେତାଙ୍କ ବୟାନ । କେରଳର ପୂର୍ବତନ ସାଂସଦ ଜୋଏସ୍ ଜର୍ଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧୀ ଅବିବାହିତ ଥିବାରୁ ସେ ଖାଲି ମହିଳା କଲେଜକୁ ଯାଆନ୍ତି । ଜୋୟସଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ନିର୍ବାଚନ ଆୟୋଗରେ ମଧ୍ୟ ଅଭିଯୋଗ କରିଛି।

୨୦୧୪ ରେ ସିପିଆଇ-ଏମ ସମର୍ଥନରେ ଇଡୁକ୍କୀରୁ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନରେ ଜିତିଥିବା ଜର୍ଜ ସୋମବାର (ମାର୍ଚ୍ଚ ୨୯) ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିଥିଲେ । ଇତି ମଧ୍ୟରେ, ସେ ରାହୁଲ ଗାନ୍ଧୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ କୋଚିର ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ବିଷୟରେ କହିଥିଲେ। ତେବେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ତେଣୁ ଏଥିରେ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟର କିଛି ସମ୍ପର୍କ ନାହିଁ। ରାଜନୈତିକ ଦୃଷ୍ଟିରୁ ଆମେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରିବୁ, କିନ୍ତୁ ବ୍ୟକ୍ତିଗତ ଭାବେ ନୁହେଁ।

ସୂଚନା ଅନୁଯାୟୀ, ଜୋଏସ୍ ଜର୍ଜ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏବଂ ବିଶେଷକରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ହେଉଛି ଯେ ସେ କେବଳ ମହିଳା କଲେଜକୁ ଯାଆନ୍ତି । ସେଠାରେ ସେ ଝିଅ ମାନଙ୍କୁ ନଇଁବାକୁ ଶିଖାଇବେ । ମୁଁ ପିଲାମାନଙ୍କୁ ଏହା ନକରିବାକୁ ଅନୁରୋଧ କରୁଛି । ଦୃଢତାର ସହ ସେମାନଙ୍କ ସାମ୍ନାରେ ଠିଆ ହେବାକୁ କହୁଛି । ପୂର୍ବତନ କଂଗ୍ରେସ ସଭାପତିଙ୍କୁ ଭେଟିବା ସମୟରେ ଝିଅମାନେ ‘ସତର୍କ’ ହେବା ଉଚିତ୍ । କାରଣ ରାହୁଲ ଗାନ୍ଧୀ ବିବାହିତ ନୁହଁନ୍ତି । ଅନ୍ୟପକ୍ଷରେ ଜୋଏସ୍ ଜର୍ଜଙ୍କ ଏହି ବିବୃତ୍ତିକୁ କଂଗ୍ରେସ ଦୃଢ ନିନ୍ଦା କରିଛି। କେରଳ ବିଧାନସଭାର ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲା ମଙ୍ଗଳବାର (ମାର୍ଚ୍ଚ ୩୦) ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପୂର୍ବତନ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!