Masthead

ପଶ୍ଚିମବଙ୍ଗ ନିର୍ବାଚନ: ମତଦାନ ବେଳେ ହିଂସାକାଣ୍ଡ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁ ମୁହିଁ । ଆଜି ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ପ୍ରଗଣା ଜିଲ୍ଲା ବିଧାନ ନଗରର ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଧାନନଗର ଅଞ୍ଚଳର ଶାନ୍ତିନଗରରେ ମତଦାନ ଚାଲିଥିବାବେଳେ ଉଭୟ ଦଳର କର୍ମଚାରୀ ହିଂସାକାଣ୍ଡ ଘଟାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ ଶାନ୍ତିନଗର ବୁଥ ନିକଟରେ କୌଣସି କାରଣରୁ ଉଭୟ ବିଜେପି ଓ ତୃଣମୂଳ କର୍ମଚାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଦୁଇ ଦଳର କର୍ମୀ ସେଠାରେ ଟେକା ପଥର ମାରିବା ଆରମ୍ଭ କରିଥିଲେ । ତେବେ ଏହି ପଥରମାଡ଼ ସମୟରେ ବିଧାନନଗର ବିଜେପି ବିଧାୟକ ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେ କହିଛନ୍ତି ତୃଣମୂଳ କଂଗ୍ରେସର କର୍ମଚାରୀମାନେ ବୁଥ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲେ । ଆଉ ଏଥିରେ ତାଙ୍କୁ ବିଜେପି କର୍ମୀମାନେ ଅଟକାଇଥିଲେ ।

ଯେଉଁ କାରଣରୁ ଉଭୟଦଳ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପରେ ଏହା ହିଂସାରେ ପରିଣତ ହୋଇଥିଲା ।ତେବେ ଆଜି ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ । ଏଥିରେ ୧କୋଟିରୁ ଅଧିକ ମତଦାତା ୩୪୨ଜଣ ପାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼