Masthead

ନକ୍ସଲଙ୍କ ଉନ୍ମତ୍ତ କାଣ୍ଡ

ରାୟପୁର (ବଡ ଖବର ବ୍ୟୁରୋ): ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଗତ ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲୁହାପ୍ଲେଟ ରଖି ଲାଇନଚ୍ୟୁତ କରାଇଛନ୍ତି।ଏଥିରେ ୩୦ଜଣ ଯାତ୍ରୀଥିବା ଜଣା ପଡିଛି । ତେବେ ସୁରକ୍ଷା ବାହିନୀ ସେମାନଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ନକ୍ସଲ ମାନେ ଜଣେ ପୋଲିସ୍ ଏସଆଇଙ୍କୁ ହତ୍ୟା କରିବା ପରେ ଏପରି କାଣ୍ଡ ଘଟାଇଥିବା ଜଣା ପଡିଛି । ଏହି ଘଟଣା ଭାନ୍ସି ଓ ବଚେଲି ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଘଟଣା ଘଟିଥିଲା ଜ୍ଝ ତେବେ ସେଥିରେ ଯାତ୍ରା କରୁଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଏ ସମ୍ପର୍କରେ ଖବର ମିଳିବାପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଯବାନମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିରାପଦ ଭାବରେ ସେମାନଙ୍କ ଘରକୁ ପଠାଇଛନ୍ତି । ଏନେଇ ଦନ୍ତେୱାଲା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

ସେପଟେ ପ୍ରଜା କୋର୍ଟରେ ଯବାବନଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁରରେ ଏଭଳି ନାରକିୟ କାଣ୍ଡ ଘଟାଇଛନ୍ତି ମାଓବାଦୀ । ଏପ୍ରିଲ ୨୧ତାରିଖରେ ବିଜାପୁରରୁ ମାଓବାଦୀମାନେ ଯବାନ ମୁରଲୀ ତାତିଙ୍କୁ ଅପହରଣ କରିଥିଲେ । ଯବାନ ମୁରଲି ତାତି ନିଜ ଘରକୁ ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ତାଙ୍କ ପରିବାର ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ମାଓବାଦୀମାନେ ମୁରଲିଙ୍କୁ ପ୍ରଜାକୋର୍ଟରେ ହାଜର କରାଇଥିଲେ । ମୁରଲିଙ୍କ ଶବ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ପୁଲସୁମପାରା ଗାଁ ନିକଟରେ ଫୋପାଡି ମାଓବାଦୀମାନେ ପଳାଇଛନ୍ତି । ବିଜାପୁର ଏଏସପି ପଙ୍କଜ ଶୁକ୍ଲା ଏ ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ