Masthead

ପ୍ରେମିକ ଦୁଆରେ ଖାଇଲା ପ୍ରେମିକା

କୋଣାର୍କ (ବଡ଼ ଖବର ବ୍ୟୁରୋ): ମରିଗଲା ମାନବିକତା, ପ୍ରେମ ପାଇଁ ଶାଶୁ ଘର ଦାଣ୍ଡରେ ଖାଇଲା ପ୍ରେମିକା। ଏଭଳି ଏକ ଘଟଣା ଘଟିଛି କୋଣାର୍କ ଥାନା ଶିମିଳି ପଞ୍ଚାୟତ ସିରିପୁର ଗାଁରେ। ସମାଜରେ ଲୋକଙ୍କ ମାନସିକତା କିପରି ବିକଳାଙ୍ଗ ହୋଇଯାଇଛି ତାହା ଏବେ ଦେଖିବାକୁ ମିଳିଛି। ଯେଉଁଠି ମରିଯାଇଛି ମାନବିକତା। ଭାଇରାଲ୍ ହେଉଥିବା ଭିଡିଓ ରୁ ଜଣାପଡୁଛି ଜଣେ ମହିଳା ଘର ବାହାରେ ବସି ଖାଉଛନ୍ତି।ପାଖରେ ୫ ବର୍ଷ ର କୁନି ପୁଅ ମଧ୍ୟ ଅଛି। ଭିଡିଓ ରେ ଥିବା ମହିଳା ଜଣଙ୍କ ହେଲେ ଶୀରିପୁର ଗାଁ ର ବିଷ୍ଣୁ ବେହେରାଙ୍କ ଝିଅ ତଅପୋଇ। ବୟସ ୨୨।

ଆଜକୁ ୭ ବର୍ଷ ପୂର୍ବେ ସେହି ଗାଁ ର ମକରଧ୍ବଜ ବିଶ୍ଵାଳଙ୍କ ବଡ ପୁଅ ପ୍ରକାଶ ବିଶ୍ଵାଳ ତଅପୋଇଙ୍କୁ ବିବାହ ର ମିଥ୍ୟା ପ୍ରତିଶୃତି ଦେଇ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲା। ୧୭ ବର୍ଷ ବୟସରେ ନାବାଳିକା ତଅପୋଇ ୬ ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରକାଶ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲା। ପରେ କୋଣାର୍କ ଥାନାରେ ଏ ନେଇ ଉଭୟ ତଅପୋଇ ଓ ତାର ପରିବାର ଲୋକେ ଅଭିଯୋଗ କରିଥିଲେ।ପରେ କୋଣାର୍କ ଥାନା ପକ୍ଷରୁ ଏକ କେଶ ରୁଜୁ କରାଯାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାବାଳିକା ତଅପୋଇକୁ ପୁରୀ ନୀଳାଚଳ ନାରୀ ସେବା ସଦନରେ ଛାଡ଼ି ଥିଲେ।

ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ପରେ ଦୀର୍ଘ ୫ ବର୍ଷ ଅତିବାହିତ କରି ଗତ ୫ ଏପ୍ରିଲ ରେ ଘରକୁ ଫେରିଲେ ତଅପୋଇ। ଯେଉଁ ଯୁବକଙ୍କୁ ପ୍ରେମ କରି ସେ ଅଦରକାରୀ ହୋଇଯାଇଥିଲେ ଘରକୁ ଫେରି ନ୍ୟାୟ ପାଇବା ଆଶାରେ ସେ ସେହି ଯୁବକଙ୍କ ଘରକୁ ଯାଇଥିଲେ ମଧ୍ୟ ସେ ଫେରିବା ଖବର ପାଇ ଘର ତାଲା ପକାଇ ଶାଶୁ ଘର ଲୋକେ କେଉଁଆଡେ ପଳାଇଥିଲେ। ବାଧ୍ୟ ହୋଇ ତାଲା ଭାଙ୍ଗି ଗୃହ ପ୍ରବେଶ କରିଥିଲେ ତଅପୋଇ।

ପ୍ରେମରେ ପ୍ରତାରଣା, ଗର୍ଭବତୀ ଥାଇ ପ୍ରେମିକ ଫେରାର ହୋଇଯିବା ପରେ, ଦୀର୍ଘ ବର୍ଷ ନାରୀ ସେବା ସଦନରେ କାଟି ସାଙ୍ଗରେ ୫ ବର୍ଷର କୁନି ପୁଅକୁ ନେଇ ଅନେକ ଘାତ ପ୍ରତିଘାତ ପରେ ଏବେ ଅତି ଦୟନୀୟ ଅବସ୍ଥାରେ ତଅପୋଇ। ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ ନକରିବା ସହ ଖାଇବାକୁ ଘର ବାହାରେ ଦେଉଥିବା ଜଣାପଡିଛି। ଯେଉଁ ଘଟଣା ର ସତ୍ୟତା ଏହି ଭାଇରାଲ ଭିଡିଓ ବୟାନ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା