Masthead

ବଡ଼ ଖବର ଅଭିଯାନରେ ବର୍ଷା ପ୍ରିୟଦର୍ଶିନୀ

କଟକ(ବଡ଼ ଖବର ବ୍ୟୁରୋ): ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଦେଇଥିବା ପ୍ରତିଶ୍ରୁତି ଅକ୍ଷର ଅକ୍ଷରରେ ପାଳନ କରୁଛନ୍ତି । କଟକର ଅଭାବୀ, ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇ ବଡ଼ ଖବର ପରିବାର ମାନବିକତାର ପରିଚୟ ଦେଇଛନ୍ତି । ସପ୍ତାହାନ୍ତ ସଟଡାଉନରେ କଟକର ଅଭାବୀ ମଣିଷମାନେ ଖାଦ୍ୟ ପାଇଛନ୍ତି । ରୁଚିକର ଓ ପୁଷ୍ଟିକର ଖାଦ୍ୟ ପାଇଛନ୍ତି ସେମାନେ । ସଟଡାଉନ ବେଳେ ଦୋକାନବଜାର ବନ୍ଦ । ଯାନବାହନ ଚଳାଚଳ ଠପ୍ ।

ଏଭଳି ସ୍ଥିତିରେ ବଡ଼ ଖବର ମେଡିକାଲ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଇଛି ସ୍ୱାଦିଷ୍ଟ ଖାଦ୍ୟ । ଖାଲି ମଧ୍ୟାହ୍ନ ଭୋଜନ ନୁହେଁ, ସକାଳ ଜଳଖିଆ ଓ ରାତ୍ରି ଭୋଜନ ମଧ୍ୟ ପରସା ଯାଉଛି । କଟକ ଶିଶୁଭବନରେ ବଡ଼ ଖବର ପକ୍ଷରୁ ଖାଦ୍ୟ ବିତରଣ ଚାଲିଥିବା ବେଳେ ସାମିଲ୍ ହୋଇଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଭଳି ଉଦ୍ୟମକୁ ଢେର ପ୍ରଶଂସା କରିଛନ୍ତି ଏହି ଓଡ଼ିଆ ଫିଲ୍ମ ଅଭିନେତ୍ରୀ ।

କଟକରେ କାହାରିକୁ ଭେକିଲା ରହିବାକୁ ଦିଆଯିବନି । ଏହି ଅଭିଯାନ ୧୦ ତାରିଖରୁ ଆରମ୍ଭ ହୋଇଛି । ପ୍ରଥମେ କଟକ ରେଳଷ୍ଟେସନ୍, ପରେ ନୂଆପଡା ବାଲିସାହି, ଚାଉଳିଆଗଞ୍ଜ ଆଦିବାସୀବସ୍ତି, ଶିଶୁଭବନରେ ବଡ଼ ଖବର ତା’ର ଅଭିଯାନ ଜାରି ରଖିଛି । ବଡ଼ ଖବରର ଏଭଳି ପ୍ରୟାସରେ ସହଯୋଗର ହାତ ବଢାଇଛନ୍ତି ବହୁ ସ୍ୱେଚ୍ଛାସେବୀ ସଂଗଠନ । ପ୍ରତିଦିନ ୪୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି । ବଡ଼ ଖବର ଓ ସ୍ୱେଚ୍ଛାସେବୀ ସଂଗଠନର ଏଭଳି ପ୍ରୟାସକୁ ପ୍ରଶାଂସା କରିଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଭୋକିଲା ଓ ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ବଡ଼ ଖବର ପ୍ରମାଣିତ କରିଛି ଲୋକଙ୍କର, ଲୋକଙ୍କ ପାଇଁ ଏହାର ମୁଖ୍ୟ ସମ୍ପାଦକଙ୍କ ସମେତ ପ୍ରତିଟି ସଦସ୍ୟ ସମର୍ପିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!