Masthead

୬ ଫେରା ପରେ କନ୍ୟା କହିଲା ‘ବର ମୋର ପସନ୍ଦ ନୁହଁ’ ଆଉ ତାପରେ..

(ବଡ଼ ଖବର ବ୍ୟୁରୋ): ୬ ଫେରା ପରେ ଭାଙ୍ଗିଗଲା ବାହାଘର । କନ୍ୟା କହିଲା ବର ମୋର ପସନ୍ଦ ନୁହଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମହୋବାରେ । ବାହାଘର ଭାଙ୍ଗିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। କନ୍ୟା ବାହାଘରର ଅଧା ରୀତିନୀତି ପରେ ବିବାହ ପାଇଁ ମନା କରିଦେଇଥିଲେ। କନ୍ୟା ୬ ଫେରା ନେବା ପରେ ବାହାଘର ପାଇଁ ମନା କରିଦେଲେ। ଏହାପରେ ବିବାହ ସ୍ଥଳରେ ହଇଚଇ ଖେଳି ଯାଇଥିଲା। ତୁରନ୍ତ ରାତିରେ ହିଁ ପଞ୍ଚାୟତ ଡକା ଯାଇଥିଲା। ସତ ଚେଷ୍ଟା ସତ୍ତ୍ୱେ ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡିଲା। ମାମଲା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ଦିନ ଉତ୍ତରପ୍ରଦେଶର ମହୋବାରେ ଝାନ୍ସୀର କୁଲପାହର ତହସିଲର ଏକ ଗାଁରୁ ବରଯାତ୍ରୀ ଆସିଥିଲା। କନ୍ୟା ପକ୍ଷ ଜୋର ସୋରରେ ବର ପକ୍ଷକୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର-କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ବାହାଘରରେ ଉପସ୍ଥିତ ସମସ୍ତ ଲୋକେ ବହୁତ ଖୁସି ଥିଲେ। ଏହା ପରେ ସାତ ଫେରା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା। ୬ ଫେରା ପରେ କନ୍ୟା ବିବାହ କରିବାକୁ ମନା କରିଦେଇଥିଲେ।

ପରିବାର ସଦସ୍ୟ କନ୍ୟାକୁ ଏହାର କାରଣ ପଚାରିଥିଲେ। ସେ କହିଥିଲେ ମୋତେ “ବର ପସନ୍ଦ ନୁହେଁ”, ସେଥିପାଇଁ ମୁଁ ବିବାହ କରିବି ନାହିଁ। ତା’ପରେ ସେ ଗଣ୍ଠି ଖୋଲି ନିଜ କୋଠରୀକୁ ଚାଲି ଯାଇଥିଲେ। ଏସବୁ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା। ଏହା ପରେ ଉଭୟ ପକ୍ଷର ଲୋକମାନେ ଯୁବତୀଙ୍କୁ ଅନେକ ଘଣ୍ଟା ଧରି ବୁଝାଇଥିଲେ କିନ୍ତୁ ସେ କାହା କଥା ଶୁଣିଲେ ନାହିଁ। ମଧ୍ୟରାତ୍ରିରେ ପଞ୍ଚାୟତ ଡକା ଯାଇଥିଲା। ପଞ୍ଚାୟତରେ ମଧ୍ୟ ଯୁବତୀ ନିଜ ଜିଦରେ ଅଟଳ ଥିଲେ। ବରର ପିତା ରାଗି ଯାଇଥିଲେ। ସେ କହିଲେ ଯଦି ବାହାଘର ପାଇଁ ମନା କରିବାର ଥିଲା ତାହେଲେ ଅନ୍ୟ ସବୁ ରୀତିନୀତି କାହିଁକି କଲ ? ତେବେ କିଛି ସମୟ ପରେ ଉଭୟ ପକ୍ଷର ସହମତିରେ ବରଯାତ୍ରୀ ଖାଲି ହାତରେ ଫେରି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା