୬ ଫେରା ପରେ କନ୍ୟା କହିଲା ‘ବର ମୋର ପସନ୍ଦ ନୁହଁ’ ଆଉ ତାପରେ..

(ବଡ଼ ଖବର ବ୍ୟୁରୋ): ୬ ଫେରା ପରେ ଭାଙ୍ଗିଗଲା ବାହାଘର । କନ୍ୟା କହିଲା ବର ମୋର ପସନ୍ଦ ନୁହଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମହୋବାରେ । ବାହାଘର ଭାଙ୍ଗିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି। କନ୍ୟା ବାହାଘରର ଅଧା ରୀତିନୀତି ପରେ ବିବାହ ପାଇଁ ମନା କରିଦେଇଥିଲେ। କନ୍ୟା ୬ ଫେରା ନେବା ପରେ ବାହାଘର ପାଇଁ ମନା କରିଦେଲେ। ଏହାପରେ ବିବାହ ସ୍ଥଳରେ ହଇଚଇ ଖେଳି ଯାଇଥିଲା। ତୁରନ୍ତ ରାତିରେ ହିଁ ପଞ୍ଚାୟତ ଡକା ଯାଇଥିଲା। ସତ ଚେଷ୍ଟା ସତ୍ତ୍ୱେ ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡିଲା। ମାମଲା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ଦିନ ଉତ୍ତରପ୍ରଦେଶର ମହୋବାରେ ଝାନ୍ସୀର କୁଲପାହର ତହସିଲର ଏକ ଗାଁରୁ ବରଯାତ୍ରୀ ଆସିଥିଲା। କନ୍ୟା ପକ୍ଷ ଜୋର ସୋରରେ ବର ପକ୍ଷକୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର-କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ବାହାଘରରେ ଉପସ୍ଥିତ ସମସ୍ତ ଲୋକେ ବହୁତ ଖୁସି ଥିଲେ। ଏହା ପରେ ସାତ ଫେରା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା। ୬ ଫେରା ପରେ କନ୍ୟା ବିବାହ କରିବାକୁ ମନା କରିଦେଇଥିଲେ।

ପରିବାର ସଦସ୍ୟ କନ୍ୟାକୁ ଏହାର କାରଣ ପଚାରିଥିଲେ। ସେ କହିଥିଲେ ମୋତେ “ବର ପସନ୍ଦ ନୁହେଁ”, ସେଥିପାଇଁ ମୁଁ ବିବାହ କରିବି ନାହିଁ। ତା’ପରେ ସେ ଗଣ୍ଠି ଖୋଲି ନିଜ କୋଠରୀକୁ ଚାଲି ଯାଇଥିଲେ। ଏସବୁ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା। ଏହା ପରେ ଉଭୟ ପକ୍ଷର ଲୋକମାନେ ଯୁବତୀଙ୍କୁ ଅନେକ ଘଣ୍ଟା ଧରି ବୁଝାଇଥିଲେ କିନ୍ତୁ ସେ କାହା କଥା ଶୁଣିଲେ ନାହିଁ। ମଧ୍ୟରାତ୍ରିରେ ପଞ୍ଚାୟତ ଡକା ଯାଇଥିଲା। ପଞ୍ଚାୟତରେ ମଧ୍ୟ ଯୁବତୀ ନିଜ ଜିଦରେ ଅଟଳ ଥିଲେ। ବରର ପିତା ରାଗି ଯାଇଥିଲେ। ସେ କହିଲେ ଯଦି ବାହାଘର ପାଇଁ ମନା କରିବାର ଥିଲା ତାହେଲେ ଅନ୍ୟ ସବୁ ରୀତିନୀତି କାହିଁକି କଲ ? ତେବେ କିଛି ସମୟ ପରେ ଉଭୟ ପକ୍ଷର ସହମତିରେ ବରଯାତ୍ରୀ ଖାଲି ହାତରେ ଫେରି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!