Masthead

ସ୍ୱାମୀ ସାଜିଲା ନରରାକ୍ଷସ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ନର ରାକ୍ଷସ। ନିଜ ପତ୍ନୀ ଦେହରେ କିରାସିନି ଢାଳି ଜାଳିଦେଲା ସ୍ୱାମୀ। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଉଳାଙ୍ଗ ଗ୍ରାମର ୧୫ ନଂ ୱାଡରେ। ବଉଳାଙ୍ଗ ଗ୍ରାମର ବାବାଜୀ ନାୟକଙ୍କ ପୁଅ ପ୍ରଭାତ ନାୟକ ଦୀର୍ଘ ୬ ବର୍ଷ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କରମକୂଳ ଗ୍ରାମର ସଦାନନ୍ଦ ସେନାପତିଙ୍କ ଝିଅ ସୁଜାତା ସେନାପତିଙ୍କୁ ପ୍ରେମ ବିବାହ କରିଥିବା ଜଣାପଡିଛି।

ତେବେ ଗତ ଜୁଲାଇ ୦୭ ତାରିଖ ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ପ୍ରଭାତ ନିଜ ପତ୍ନୀ ସୁଜାତାଙ୍କ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଥିବା ବେଳେ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ କୁଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ତ୍ୟବସ୍ତା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତ ୧୩ ତାରିଖ ଅପରାହ୍ନ ୪ ଟା ସମୟରେ ସୁଜାତା ମୃତ୍ୟୁ ବରଣ କରିଛନ୍ତି। ଏଥିସହିତ ପ୍ରଭାତଙ୍କ ପତ୍ନୀ ମୃତ୍ୟୁ ବରଣ କରିବା ପୂର୍ବରୁ ନିଜେ ଏକ ଛୋଟ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ଦେହରେ କିରାସିନି ଢ଼ାଳି ତାଙ୍କୁ ଜାଳି ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି