Masthead

ଶୁଣିଲାନି ପ୍ରଶାସନ; ହାତରେ କୋଦାଳ ଧରିଲେ ଶିଶୁ

କୋରାପୁଟ(ବଡ଼ ଖବର ବ୍ୟୁରୋ): ପ୍ରଶାସନ ଶୁଣିଲାନି, ହାତରେ କୋଦାଳ ଧରିଲେ ଶିଶୁ । ପାଣି କାଦୁଅ ହଟାଇ ଗାଁ ରାସ୍ତାକୁ କଲେ ସମତୁଲ । କୋରାପୁଟର କୁନି ମଧୁ କଲେ ଗାଁ ରାସ୍ତାର ମରାମତି। ୧୫ ବର୍ଷର ପିଲା କୋଡ଼ି କୋଦାଳ ଧରି ଗାଁ ରାସ୍ତା ମରାମତି କରି ଦେଖାଇଲେ ମହାନତା। କାଦୁଅ ପଚପଚ ଗାଁ ରାସ୍ତା ଦେଇ ସ୍କୁଲ ଯିବା ଆସିବାରେ ଅସୁବିଧା ହେବାରୁ ଏମିତି କରି ଦେଖାଇଛନ୍ତି କିଛି ଛୋଟ ପିଲା । ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ଗାଲଗାଣ୍ଡା ଗାଁ ରାସ୍ତାକୁ ମରାମତି କରିଛନ୍ତି କିଛି ପିଲା।

ମୁଖ୍ୟ ରାସ୍ତାରୁ ୪୦୦ ମିଟର ଦୁରରେ ଗାଁ। କିନ୍ତୁ ରାସ୍ତାର ଦୂରବସ୍ଥା କହିଲେ ନସରେ। ଆଣ୍ଠୁଏ କାଦୁଅ ସାଙ୍ଗକୁ ବଡ଼ ବଡ଼ ଗାତ ହୋଇ ପାଣି ଜମିବା ଫଳରେ ଯିବା ଅସିବା କଷ୍ଟ ହେଇପଡୁଛି। ତେଣୁ ଗ୍ରାମର ବଡ ଲୋକଙ୍କ ଅପେକ୍ଷା ନକରି ୮ରୁ ୧୦ ଜଣ ପିଲା ଗାଁ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ସ୍କୁଲ ବନ୍ଦ୍ ଥିବାରୁ ପିଲାମାନେ ଏକ ହୋଇ ରାସ୍ତା ତିଆରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି