Masthead

ଶଶୁରକୁ ହାଣିଲା ବୋହୂ

କୋରେଇ (ବଡ଼ ଖବର ବ୍ୟୁରୋ): ଶଶୁରକୁ ହାଣିଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁ ବେଲଗାଡ଼ିଆରେ।ମୃତ ଶଶୁର ହେଲେ ପବନା ହାତୀ । ପାରିବାରିକ କଳହରୁ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣାପଡ଼ିଛି। ସୋମବାର ବିଲରେ ଶଶୁର, ବୋହୂ ଏବଂ ପୁଅ କାମ କରୁଥିବାବେଳେ ପ୍ରଥମେ ପୁଅ ଏବଂ ବୋହୂ ମଧ୍ୟରେ ଝଗଡା ଲାଗିଥିଲା।

ପରେପରେ ଶଶୁର ସହ ବୋହୂର ଝଗଡା ହୋଇଥିଲା। ସନ୍ଧ୍ୟା ସମୟରେ ସମସ୍ତେ ଘରକୁ ଫେରିବା ପରେ ବୋହୂ ନିଜ ବାପ ଘରକୁ ଯିବାକୁ ତାର ସ୍ୱାମୀକୁ କହିଥିଲା ଏବଂ ତାକୁ ନେଇ ଛାଡିବାକୁ କହିଥିଲା। ତେବେ କିଛି ସମୟ ପରେ ଶଶୁର ଘର ବାରଣ୍ଡାରେ ବସି ମୃଦଙ୍ଗ ବଯାଉଥିବାବେଳେ ବୋହୂ ଏକ ଟାଙ୍ଗିଆ ସାହାଯ୍ୟରେ ଶଶୁର ବେକ ପଛପଟୁ ଚୋଟ ମାରିବାରୁ ଶଶୁରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବୋହୂ ଫେରାର ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ