Masthead

୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ଭୁର୍ବୀ

ଉମରକୋଟ (ବଡ଼ ଖବର ବ୍ୟୁରୋ): ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରତିଭା କେବେ ଲୁଚି ରହେନା । ପ୍ରତିଭା ଦିନେ ନା ଦିନେ ପ୍ରଷ୍ପୁଟିତ ହୋଇଥାଏ । ଏମିତି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଗୁଲିପାଟଣା ସାହିର ଭୂର୍ବୀ । ନିଜର ପ୍ରତିଭା ପାଇଁ ମାତ୍ର ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇ ଏବେ ଚର୍ଚ୍ଚାରେ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୁଲିପାଟଣାର କୁନି ପ୍ରତିଭା ଭୂର୍ବୀ ନିଜ ଅସାଧାରଣ ଜ୍ଞାନ ପାଇଁ ଦିଲ୍ଲୀରେ ଚମକିଛନ୍ତି। ପୂର୍ବରୁ ଜିଲ୍ଲାର ଉମରକୋଟ ସହର ଗୁଲିପାଟଣା ସାହିର ହିଁ ଜଣେ ଦୁଇ ବର୍ଷୀୟ ଝିଅ ସମ୍ପୂର୍ଣ୍ଣା ନିଜ ପ୍ରତିଭା ଦେଖାଇ ପୁରସ୍କାର ପାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିବାବେଳେ ବର୍ତ୍ତମାନ ସେହି ଗୁଲିପାଟଣା ସାହିରୁ ବାହାରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ସହରକୁ ଗୌରବାନ୍ୱିତ କରିଛନ୍ତି ଭୂର୍ବୀ । ଭୂର୍ବୀଙ୍କ ବାପା ଓ ମା ଉଭୟ ଶିକ୍ଷକ ଶିକ୍ଷୟତ୍ରୀ । ଆଉ ସେମାନେ ଶିକ୍ଷକତା ସମୟରେ କୁନି ଛୁଆଙ୍କୁ ବାଣ୍ଟିଥିବା ଜ୍ଞାନ ଗୁଡିକ ସତେ ଯେମିତି ନିଜ ଝିଅ ରୂପରେ ଫେରି ଆସିଛି । କୁନି ବୟସରେ ସେ ହୋଇପାରିଛନ୍ତି ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ।

ସ୍କୁଲ ଯାଇ ବର୍ଣ୍ଣବୋଧ ଶିଖିବା ବୟସରେ ସେ ଏକା ଥରକେ ୯ ଟି ଇଂରାଜୀ ସଙ୍ଗୀତ, ୫ ଟି ହିନ୍ଦୀ ସଙ୍ଗୀତ, ୫୬ ଟି ସାଧାରଣ ଜ୍ଞାନ ପ୍ରଶ୍ନ ର ଉତ୍ତର, ୨୫ ଟି ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଚିହ୍ନିବା, ଆଲ୍ଫାବେଟରେ ଏ ରୁ ଜେଡ ପର୍ୟ୍ୟନ୍ତ ସ୍ଵାଧୀନତା ସଂଗ୍ରାମୀ ଓ ନେତାଙ୍କ ନାମ ସହ ଭାଗବତ ଗୀତା, ଶିବ ତାଣ୍ଡବ ସ୍ରୋତ୍ର ପରି ଅନେକ ଜଟିଳ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରିବା, ଇଂରାଜୀ ଗଳ୍ପ କହିବା, ବୃକ୍ଷ ଉପରେ ସଚେତନତା କାର୍ଯ୍ୟକ୍ରମ କରିବା, ସ୍ଵାଧୀନତା ଦିବସ, ଗୁରୁ ଦିବସ ଉପରେ ବକୃତା ଇତ୍ୟାଦି ଅର୍ନଗଳ ଭାବରେ କହିପାରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଭୁର୍ବୀ ଯେସ୍ୱିଥା ମିଶ୍ର ଉମରକୋଟ ବଚପନ ପ୍ଲେ ସ୍କୁଲରେ ୟୁକେଜି ର ଛାତ୍ରୀ ।

୫ ବର୍ଷୀୟ ଭୁର୍ବୀ ଯେସ୍ୱିଥାଙ୍କ ପିତା ଜୁନ ୦୪ ତାରିଖ ରେ ଅନ ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ପ୍ରତିଯୋଗିତା ବିଷୟରେ ଜାଣି ପାରିଥିଲେ ଓ ଆବେଦନ କରିଥିଲେ। ୨୬ ତାରିଖ ଦିନ ଦିଲ୍ଲୀ ସ୍ଥିତ ସଂସ୍ଥା ପକ୍ଷରୁ ତଥ୍ୟ ମାଗିଥିଲେ । ମାଗିଥିବା ବିବରଣୀ ଅନୁଯାୟୀ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅନଲାଇନରେ ଅପଲୋଡ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପକ୍ଷ ରୁ ୩୦ ଜୁନ ରେ ଭିଡିଓ କଲିଙ୍ଗ ମାଧ୍ୟମରେ ପରୀକ୍ଷା କରାଇ ଥିଲେ ଓ ଉପରୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଭୁର୍ବୀଙ୍କ ନିକଟକୁ ମେଡାଲ, ମାନପତ୍ର, ଷ୍ଟିକର, ବେଜ, ଇତ୍ୟାଦି ପହଞ୍ଚିଲା। ଭୁର୍ବୀଙ୍କ ଅସାଧାରଣ ଜ୍ଞାନ ମାତ୍ର ୨ ବର୍ଷ ବୟସରୁ ଜଣା ପଡ଼ିଥିଲା ବୋଲି କୁହନ୍ତି ପିତା କାହ୍ନୁ ଚରଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼