Masthead

ସୌର୍ଯ୍ୟ ପରୀକ୍ଷଣ ସଫଳ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବ ଲଦାଖରେ ଚୀନ-ଭାରତୀୟ ସେନା ମଧ୍ୟରେ ଲାଗିରହିଛି ଛକାପଞ୍ଝା । ଦୁଇଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତ । ଚୀନ୍ ସୀମାନ୍ତରେ ସୈନ୍ୟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ବେଳେ ଭାରତ ଆଉ ଏକ ପାଦ ଆଗରେ ରହଛି । ଏଭଳି ପରିସ୍ଥିତିରେ ଭାରତ ଆଜି ସୌର୍ଯ୍ୟ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ପରୀକ୍ଷା କରିଛି । ଓଡିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ହୋଇଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ କରାଯାଇସାରିଛି । ଏହି କ୍ଷେପଣାସ୍ତ୍ର ହେଉଛି ପରମାଣୁ କ୍ଷମତା ସମ୍ପନ୍ନ । ଏହା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିବାର କ୍ଷମତା ଏହାର ରହିଛି । ସୌର୍ୟ୍ୟ କ୍ଷେପଣାସ୍ତ୍ରର ଏହି ନୂତନ ସଂସ୍କରଣ ୮୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁପକ୍ଷର ରକେଟକୁ ଟାର୍ଗେଟ କରିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା