Masthead

ନେତା-ଠକ ସଂପର୍କ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସତ ମିଛ କହି ଲୋକଙ୍କ୍ ମନରେ ବିଶ୍ୱାସ ଜନ୍ମାଇ ଟଙ୍କା ଠକିବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ରାଜନୈତିକ ନେତାଙ୍କ ବାହୁଛାୟା ତଳେ ରହି ଏହି ଠକମାନେ ସେମାନଙ୍କ ସାମ୍ରାଜ୍ୟ ବେଶ୍ ଆରମରେ ଚଳାଇଛନ୍ତି । ଠକାମୀର ଶିକାର ହୋଇଥିବା ଲୋକମାନେ ଥାନାକୁ ଗଲେ ନ୍ୟାୟ ମିଳୁନି । ବାଧ୍ୟ ହୋଇ ଅଦାଲତଙ୍କ ଆଶ୍ରୟ ନେଉଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଠକାମୀର ଜାଲ ବିଛାଇଛନ୍ତି ବାପ-ପୁଅ । ଏମାନଙ୍କ ଜାଲରେ ପଡିଛନ୍ତି କଟକ ସିଡିଏ ଅଞ୍ଚଳର ସ୍ୱର୍ଣ୍ଣଲତା ଦଳେଇ । କେନ୍ଦ୍ରାପଡା ମୁନିସିପାଲିଟିର ଅବସରପ୍ରାପ୍ତ ସିଇଓ ଗୋଲେଖ ଚନ୍ଦ୍ର ପଢିହାରୀଙ୍କ ସହ ସ୍ୱର୍ଣ୍ଣଲତାଙ୍କର ସାକ୍ଷାତ ହୋଇଥିଲା । ସ୍ୱର୍ଣ୍ଣଲତାଙ୍କୁ ବକରା ବନେଇଥିଲେ ଗୋଲେଖ । ମିଠା କଥା କହି ବିଶ୍ୱାସ ଜନ୍ମାଇଥିଲେ । ଆଉ ଠକି ନେଇଥିଲେ ୨ଲକ୍ଷ ୫୨ହଜାର ୫୦୦ ଟଙ୍କା ।

ଏତିକିରେ ଗୋଲେଖ ଚନ୍ଦ୍ର ପଢିହାରୀଙ୍କ ମନ ବୁଝିନଥିଲା । ପୁଣି ଚୂନ ଲଗାଇବାକୁ ଯୋଜନା ପ୍ରସ୍ତୁତ କଲେ । ସରକାରୀ ଚାକିରି ଅଛି । ୩ଲକ୍ଷ ଟଙ୍କା ଦେଲେ ମିଳିଯିବ । ୧୫ଦିନ ଭିତରେ ମିଳିଯିବ ଆପଏଣ୍ଟମେଣ୍ଟ ଲେଟର । ବିଶ୍ୱାସ କରିଗଲେ ସ୍ୱର୍ଣ୍ଣଲତା । ଦାବି ଅନୁସାରେ ଦେଲେ ଟଙ୍କା । କିନ୍ତୁ ଚାକିରି କାହିଁ? ସ୍ୱର୍ଣ୍ଣଲତାଙ୍କୁ ଆଉ ଧରାଛୁଆଁ ଦେଲେନି ପଢିହାରୀ ବାବୁ । ଓଲଟି ତାଙ୍କ ପୁଅ ନାନା କଥା କହିଲେ । ଟଙ୍କା ମାଗିଲେ ଉଡାଇଦେବାକୁ ଜୁନିୟର ପଢିହାରୀ ଧମକ ଦେଲେ । ବାଧ୍ୟ ହୋଇ ସ୍ୱର୍ଣ୍ଣଲତା ମେ’ ୯ରେ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ କିଛି ପଦକ୍ଷେପ ନ ନେବାରୁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । କୁହାଯାଉଛି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ଗୋଲେଖ ପଢିହାରୀଙ୍କ ଉତ୍ତମ ସମ୍ପର୍କ । ରାଜନୈତିକ ଚାପରେ ସ୍ୱର୍ଣ୍ଣଲତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା ପୋଲିସ ହାଇକୋର୍ଟଙ୍କ ଆଦେଶକୁ କେତେ ମାନୁଛି ଦେଖିବା କଥା । କୋର୍ଟଙ୍କ ଆଦେଶରେ ପୋଲିସ ଅଭିଯୁକ୍ତ ଗୋଲେଖ ଚନ୍ଦ୍ର ପଢିହାରୀଙ୍କୁ ଖୋଜୁଛି । ପୋଲିସ କଥାରେ ଗୋଲେଖ ଆତ୍ମଗୋପନ କରିନାହାନ୍ତି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼