Masthead

ନେତା-ଠକ ସଂପର୍କ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସତ ମିଛ କହି ଲୋକଙ୍କ୍ ମନରେ ବିଶ୍ୱାସ ଜନ୍ମାଇ ଟଙ୍କା ଠକିବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ରାଜନୈତିକ ନେତାଙ୍କ ବାହୁଛାୟା ତଳେ ରହି ଏହି ଠକମାନେ ସେମାନଙ୍କ ସାମ୍ରାଜ୍ୟ ବେଶ୍ ଆରମରେ ଚଳାଇଛନ୍ତି । ଠକାମୀର ଶିକାର ହୋଇଥିବା ଲୋକମାନେ ଥାନାକୁ ଗଲେ ନ୍ୟାୟ ମିଳୁନି । ବାଧ୍ୟ ହୋଇ ଅଦାଲତଙ୍କ ଆଶ୍ରୟ ନେଉଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଠକାମୀର ଜାଲ ବିଛାଇଛନ୍ତି ବାପ-ପୁଅ । ଏମାନଙ୍କ ଜାଲରେ ପଡିଛନ୍ତି କଟକ ସିଡିଏ ଅଞ୍ଚଳର ସ୍ୱର୍ଣ୍ଣଲତା ଦଳେଇ । କେନ୍ଦ୍ରାପଡା ମୁନିସିପାଲିଟିର ଅବସରପ୍ରାପ୍ତ ସିଇଓ ଗୋଲେଖ ଚନ୍ଦ୍ର ପଢିହାରୀଙ୍କ ସହ ସ୍ୱର୍ଣ୍ଣଲତାଙ୍କର ସାକ୍ଷାତ ହୋଇଥିଲା । ସ୍ୱର୍ଣ୍ଣଲତାଙ୍କୁ ବକରା ବନେଇଥିଲେ ଗୋଲେଖ । ମିଠା କଥା କହି ବିଶ୍ୱାସ ଜନ୍ମାଇଥିଲେ । ଆଉ ଠକି ନେଇଥିଲେ ୨ଲକ୍ଷ ୫୨ହଜାର ୫୦୦ ଟଙ୍କା ।

ଏତିକିରେ ଗୋଲେଖ ଚନ୍ଦ୍ର ପଢିହାରୀଙ୍କ ମନ ବୁଝିନଥିଲା । ପୁଣି ଚୂନ ଲଗାଇବାକୁ ଯୋଜନା ପ୍ରସ୍ତୁତ କଲେ । ସରକାରୀ ଚାକିରି ଅଛି । ୩ଲକ୍ଷ ଟଙ୍କା ଦେଲେ ମିଳିଯିବ । ୧୫ଦିନ ଭିତରେ ମିଳିଯିବ ଆପଏଣ୍ଟମେଣ୍ଟ ଲେଟର । ବିଶ୍ୱାସ କରିଗଲେ ସ୍ୱର୍ଣ୍ଣଲତା । ଦାବି ଅନୁସାରେ ଦେଲେ ଟଙ୍କା । କିନ୍ତୁ ଚାକିରି କାହିଁ? ସ୍ୱର୍ଣ୍ଣଲତାଙ୍କୁ ଆଉ ଧରାଛୁଆଁ ଦେଲେନି ପଢିହାରୀ ବାବୁ । ଓଲଟି ତାଙ୍କ ପୁଅ ନାନା କଥା କହିଲେ । ଟଙ୍କା ମାଗିଲେ ଉଡାଇଦେବାକୁ ଜୁନିୟର ପଢିହାରୀ ଧମକ ଦେଲେ । ବାଧ୍ୟ ହୋଇ ସ୍ୱର୍ଣ୍ଣଲତା ମେ’ ୯ରେ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ କିଛି ପଦକ୍ଷେପ ନ ନେବାରୁ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । କୁହାଯାଉଛି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ଗୋଲେଖ ପଢିହାରୀଙ୍କ ଉତ୍ତମ ସମ୍ପର୍କ । ରାଜନୈତିକ ଚାପରେ ସ୍ୱର୍ଣ୍ଣଲତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା ପୋଲିସ ହାଇକୋର୍ଟଙ୍କ ଆଦେଶକୁ କେତେ ମାନୁଛି ଦେଖିବା କଥା । କୋର୍ଟଙ୍କ ଆଦେଶରେ ପୋଲିସ ଅଭିଯୁକ୍ତ ଗୋଲେଖ ଚନ୍ଦ୍ର ପଢିହାରୀଙ୍କୁ ଖୋଜୁଛି । ପୋଲିସ କଥାରେ ଗୋଲେଖ ଆତ୍ମଗୋପନ କରିନାହାନ୍ତି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା