Masthead

ପଞ୍ଜଶିରକୁ ଦଖଲ କରିଛି ତ ତାଲିବାନ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ପରେ ତାଲିବାନୀଙ୍କ ନଜର ପଡିଥିଲା ପଞ୍ଜଶିର ଉପରେ । ପଞ୍ଜଶିରକୁ ଦଖଲ ପାଇଁ ତାଲିବାନୀ ଆକ୍ରମଣ କରୁଥିବାର କଥା କିଛି ନୂଆ ନୁହଁ । ହେଲେ ଏହାରି ମଧ୍ୟରେ ପଞ୍ଜଶିରକୁ କବଜା କରିନେଇଛି ତାଲିବାନ । ଏ କଥାଟି କେତେ ମାତ୍ରାରେ ସତ ବା କେତେ ମାତ୍ରାରେ ମିଛି ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ଅପରପକ୍ଷେ ପଞ୍ଜଶିର ପ୍ରାନ୍ତକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି ବୋଲି ତାଲିବାନ ଦାବି କରିଛି ।

ଏହା ସହ ନିଜର ପତାକାକୁ ମଧ୍ୟ ସେମାନେ ପଞ୍ଜଶିରରେ ଉଡ଼ାଇଥିବାର କଥା ସାମ୍ନାକୁ ଆସିଛି । ଅନ୍ୟପଟେ ସେମାନେ ରେଜିଷ୍ଟାନ୍ସ ଫୋର୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ଯାହାଫଳରେ ତାଙ୍କର ଦାବି ସତ ଲାଗୁଛି । ଏହା ସହ ପଞ୍ଜଶିର ଘାଟି ପୂରାପୁରି ଇସଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଥିବାର ଦାବି କରିଛି ତାଲିବାନ । କେବଳ ଏତିକି ନୁହେଁ ବରଂ ତାଲିବାନ ପଞ୍ଜଶିରରୁ କିଛି ଫୋଟ ମଧ୍ୟ ଜାରି କରିଛନ୍ତି ।

ଯେଉଁଥିରେ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ଆଫଗାନିସ୍ତାନର ଆଶ୍ରଫ ଘାନି ସରକାର ତାଲିବାନ ଭୟରେ ଦେଶ ଛାଡି ପଳାଇଥିଲେ । ଏହା ସହ ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକାର ସୁରକ୍ଷା ବାହିନୀର ପ୍ରତ୍ୟାହାର ଉତ୍ସବ ମଧ୍ୟ ତାଲିବାନୀ ପାଳନ କରିଥିଲେ । ଏହା ମଧ୍ୟରେ ବିଦ୍ରୋହର ଶେଷ ଗଡ ପଞ୍ଜଶିରକୁ କାବୁ କରିବା ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା ।

ଏନେଇ ପଞ୍ଜଶିର ଉପତ୍ୟକାରେ ଜଗି ରହିଥିବା ଯୁଦ୍ଧ ବିମାନକୁ ନଷ୍ଟ କରିବାର ଅଭିଯାନ ତାଲିବାନ ଆରମ୍ଭ କରିଥିଲା । ନିକଟରେ ହୋଇଥିବା ସଂଘର୍ଷରେ ମୁଖପାତ୍ର ଫହିମ ଦାଶତି ଏବଂ ଜେନେରାଲ ଅବଦୁଲ ୱାଦୁଦ ଜାରାଙ୍କ ମୃତ୍ୟୁ ଘଟିଥିଲା । ଏହା ସହ ଅନେକ ତାଲିବାନୀଙ୍କୁ ମାରିଥିବା ନେଇ ଦାବି କରିଆସୁଥିଲା ବିଦ୍ରୋହ ସେନା । ଅନ୍ୟପଟେ ତାଲିବାନ ପଞ୍ଜଶିରରୁ ନିଜର ସେନାକୁ ପ୍ରତ୍ୟାହାର କଲେ ରେଜିଷ୍ଟାନ୍ସ ଫର୍ସ ଯୁଦ୍ଧ ବନ୍ଦ କରି ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ବିଦ୍ରୋହୀ ନେତା ଅହମ୍ମଦ ମାସୁଦ କହିଥିଲେ ।

ଅପରପକ୍ଷେ କାବୁଲରେ ପ୍ରବେଶ କରିବାର ତିନି ସପ୍ତାହ ପରେ ମଧ୍ୟ ତାଲିବାନ ଏ ପର୍ଯ୍ୟନ୍ତ ସେମାନଙ୍କର ସରକାର ଚୂଡାନ୍ତ କରିପାରି ନାହାଁନ୍ତି । ହେଲେ ସବୁଠାରୁ ରୋଚକ କଥାଟି ହେଉଛି ତାଲିବାନ ପ୍ରତିଶୃତି ଦେଇଛି ଯେ ପୂର୍ବ ଶାସନ ଅପେକ୍ଷା ନୂତନ ସରକାର ଅଧିକ ଭଲ ଭାବରେ ଦେଶକୁ ଶାସନ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ