Masthead

‘ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ଗିରଫ କର’

ଖଇରା(ବଡ଼ ଖବର ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ଗିରଫ କର । ବିବାହ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିପାରିଲେନି ବିଦ୍ୟାଭାରତୀ । ଏଣୁ ବିଦ୍ୟାଙ୍କୁ ଖୁବଶୀଘ୍ର ଗିରଫ କରାଯାଉ । ଏଭଳି ଦାବି କରିଛନ୍ତି ମୃତ ସୌମ୍ୟଙ୍କ ମା’ । ଏସିଏଫ ସୌମ୍ୟ ମୃତ୍ୟୁକୁ ଦୀର୍ଘ ୨ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ପ୍ରକୃତ ହତ୍ୟାକାରୀ କିଏ ତାକୁ ଚିହ୍ନଟ କରିବାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ବିଫଳ । ଗୋଟେପଟେ ବିଦ୍ୟାଭାରତୀଙ୍କୁ ସୌମ୍ୟଙ୍କ ପରିବାର ଲୋକେ ମୁଖ୍ୟ ଅଭିଯୁକ୍ତ ଭାବେ ଦାବି କରୁଥିବା ବେଳେ କିନ୍ତୁ ବିଦ୍ୟାଭାରତୀ ସମ୍ପୂର୍ଣ୍ଣ ନିରବ ।

ଗତ ଶନିବାର ଦିନ ଡିଏଫଓ ଓ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଷ୍ଟେଟ ଫରେନ୍ସିକ ଲ୍ୟାବରେ ଦୀର୍ଘ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଏଥିରେ ବିଦ୍ୟାଭାରତୀଙ୍କୁ ପ୍ରାୟ ୧୦୦ ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ । ଏଠାରେ ପ୍ରଶ୍ନ ଉଠୁଛି, ସତ କହିଲେ ତ ବିଦ୍ୟାଭାରତୀ? ଯାହା ଏବେ ସନ୍ଦେହ ଘେରରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’