ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୧୪ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ) : ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୧୪ ଜଣଙ୍କ ଜୀବନ। ଉତ୍ତରପ୍ରଦେଶର ବାରବାଙ୍କିରେ ଆଜି  ଘଟିଛି ଭୟଙ୍କର ଦୁର୍ଘଟଣା । ଗୋଟିଏ ଯାତ୍ରାବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୪ ଜଣଙ୍କ ଜୀବନ ଯାଇଛି। ଏଥିରେ ୩୦ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ରାସ୍ତାରେ ଠିଆ ହୋଇଥିବା ଗାଈମାନଙ୍କୁ ବଞ୍ଚାଇବାକୁ ଯାଇ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ଦୁର୍ଘଟଣାରେ ଉଭୟ ବସ୍ ଓ ଟ୍ରକ୍‌ର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନାନୁଯାୟୀ, ଗୋଟିଏ ଯାତ୍ରୀବାହୀ ଭଲବୋ ବସ୍‌ ଓ ବାଲି ବୋଝେଇ ଟ୍ରକ୍‌ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ବାଲି ବୋଝେଇ ଟ୍ରକ୍‌ଟି ଭୁଲ ରାସ୍ତାରେ ଆସୁଥିଲା। ‌ଏଥିସହ ରାସ୍ତାରେ କିଛି ବୁଲା ଗାଈ ଠିଆ ହୋଇଥିଲେ। ଯାତ୍ରୀବାହୀ ବସ୍‌ଟି ବୁଲା ଗାଈଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ସାମ୍ନାକୁ ପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଆଉ ୫ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ଟ୍ରକ୍‌ଟି ଦିଲ୍ଲୀରୁ ବହରାଇଚ୍‌ ଯାଉଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’