Masthead

ଜଳ ନିଷ୍କାସନ ପାଇଁ ଅଭିନବ ପ୍ରତିବାଦ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ଉପକଣ୍ଠ ବିଶ୍ବାଳି ପଞ୍ଚାୟତରେ ଜଳ ନିଷ୍କାସନ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ କରାଯାଇଛି। ଦୀର୍ଘ ୬୦ ବର୍ଷ ହେଲା ଲାଗିରହିଛି ସମସ୍ୟା । ପ୍ରତ୍ୟେକ ବର୍ଷ ବର୍ଷା ଆସିଲେ ଜଳବନ୍ଦୀରେ ରହୁଛନ୍ତି ବିଶ୍ବାଳି ପଞ୍ଚାୟତ ସମେତ ୨୯ ମୈାଜାର ବାସିନ୍ଦା। ପାରାଦ୍ଵୀପ ବନ୍ଦର ଗଢା ହେବା ପରେ ଏହି ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ।

ବନ୍ଦର ପାଇଁ ତିଆରି ହୋଇଥିବା ତାଳଦଣ୍ଡା କେନାଲ ଓ ପାରାଦ୍ଵୀପ ଚଣ୍ଡିଖୋଲ ରାସ୍ତା ନିର୍ମାଣ ପରେ ଜଳ ନିଷ୍କାସନର ବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପରିକି ନଦୀ ଗୁଡିକର ଓସାର କମିଯାଇଛି । ବିଭିନ୍ନ କମ୍ପାନୀ, ବ୍ୟକ୍ତିବିଶେଷ ନଦୀକୁ ଅକ୍ତିଆର କରି ନେଇଛନ୍ତି । ଫଳରେ ପ୍ରତ୍ୟେକ ବର୍ଷ ଧାନ ଓ ବିଭିନ୍ନ ପନିପରିବା ଚାଷ କ୍ଷତିଗ୍ରସ୍ତ ହେଉଛି।

ଗତ ଜାନୁଆରୀ ମାସରେ ପାରାଦୀପ ଗଡ଼ ନିକଟ ହଳଦୀପାଣି ନଦୀରେ ଏକ କଲଭଟ୍ ତିଆରି ପାଇଁ ରାଜ୍ୟ ସରକାର ୬ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରିଥିବାବେଳେ ତାହାର କାର୍ଯ୍ୟ ଏପର୍ଯ୍ୟନ୍ତ ଆଗେଇ ପାରି ନାହିଁ। ଏନେଇ ୪ ଟି ମୈାଜାର ଲୋକେ ଘଣ୍ଟ ବାଡ଼େଇ ଏକାଠି ହେବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍