Masthead

ଧରାପଡ଼ିଲା ଛେଳି ଚୋର

କାକଟପୁର(ବଡ଼ ଖବର ବ୍ୟୁରୋ): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝା ରେ ଅନ୍ତଃ ଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳ ରେ ବେଧଡ଼କ ଛେଳି ଗାଈ ମାଛ ଚୋରି ଚାଲିଛି । କିଛି ଦିନ ତଳେ ଅସ୍ତରଙ୍ଗ ରୁ ମାଛ ଚୋର, କାକଟପୁରରୁ ଗାଈ ଚୋର ଧରା ପଡିଥିଲା ବେଳେ, ଚାରିଛକରୁ ଜଣେ ଛେଳି ଚୋର କୁ କମିଶନରେଟ ପୋଲିସ ଉଠାଇନେଇଥିଲେ । ୧୭ ତାରିଖ ଶନିବାର ରାତିରେ କୋଣାର୍କ ଓ କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାକଟପୁର ସୁହାଣପୁର ବସ୍ତିରୁ ୨୪ ଟି ଛେଳି ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ସହିତ , ଦୁଇଟି ମୋଟର ସାଇକେଲ ଜବତ କରିଛି ।

ଚୋର ମାନେ ଛେଳି ମୁହଁରେ ସେଲୋ ଟେପ ବାନ୍ଧି ଉଠାଉ ନେଉଥିଲେ । କାକଟପୁର ଓ କୋଣାର୍କ ଥାନାର ୬ ଜଣ ଅଫିସର ସହ ଦୁଇ ସେକ୍ସନ ଫୋର୍ସ ୧୭ତାରିଖ ଦିନ ରାତିସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରି ୨୪ ଛେଳି ଉଦ୍ଧାର କରିଛନ୍ତି । ଅନ୍ୟ ପଟେ ଉଦ୍ଧାର ଛେଳି କୁ ଚି଼ହ୍ନଟ କରିବାକୁ ଥାନାସମ୍ମୁଖରେ ଛେଳି ଚାଷୀଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଚାଷୀ ମାନେ ପୁରୀ ପୋଲିସ ଓ କାକଟପୁର, କୋଣାର୍କ ପୋଲିସ କୁ ଧନ୍ୟବାଦ ଦେବା ସହ ଅନ୍ୟ ଛେଳି ଚୋର ଓ ଗାଈ ଚୋରଙ୍କୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ