Masthead

ରାସ୍ତାକାମ ପାଇଁ ଅଭିନବ ଉପାୟରେ ପ୍ରତିବାଦ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ ପାଞ୍ଚ ନମ୍ବର ୱାର୍ଡ ପତିସାହି ରାସ୍ତାଟି ଦୀର୍ଘ ୧୦୦ ବର୍ଷର ରାସ୍ତା । ୪୦ ବର୍ଷରୁ ଅଧିକ ହେବ ରାସ୍ତା ର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହେଇଥିବା ବେଳେ କାହାର ନଜର ନାହିଁ । ଏମିତି ପ୍ରତିବର୍ଷ ବର୍ଷା ଦିନେ ପାଣି ଜମିରହି ଅତ୍ୟନ୍ତ ଦୟନୀୟ ପରିସ୍ଥିତି ସୃଷ୍ଟି ହେବା ସହିତ ବହୁ ସମୟରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୋଟ ଛୋଟ ପିଲା ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ଟ୍ୟୁସନ ଯିବା ବାଟରେ ବହୁବାର ଦୁର୍ଘଟଣା ସମ୍ମୁଖୀନ ହୋଉଛନ୍ତି ।

ଏହି ରାସ୍ତା ଉପରେ ରାତି ପାହିଲେ ଚାଳିଶୀ ଗୋଟି ପରିବାର ଯିବା ଆସିବା କରନ୍ତି । ଅନେକ ବାର ଜିଲ୍ଲାପାଳ, ତହସିଲଦାର ସ୍ଥାନୀୟ ସରପଞ୍ଚଙ୍କୁ ନିଜର ଦୁଃଖ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦଉନାହାନ୍ତି । ଅନେକ ଥର ବିଧାୟିକା ପ୍ରମିଳାମଲ୍ଲିକଙ୍କୁ ମଧ୍ୟ ଗୁହାରୀ କରିଛନ୍ତି କିନ୍ତୁ ଫଳ ଶୂନ । ବିଧାୟିକା ଇଲେକ୍ସନ ବେଳେ ଆସନ୍ତି ଆଉ ପ୍ରତିଶୃତି ଦିଅନ୍ତି କିନ୍ତୁ କାର୍ଯ୍ୟ କିଛି ହେଉନାହିଁ । ସେଥିପାଇଁ ଆଜି ଗ୍ରାମବାସୀମାନେ ପ୍ରଶାସନ ଓ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଭିନବ ଉପାୟରେ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!