Masthead

ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟ ଫୋନ୍

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ଘୋଷଣା ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟ ଫୋନ୍ । ୟୁପି ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ନିର୍ବାଚନ ହାତେଇବାକୁ ଗୋଟେ ପରେ ଗୋଟେ ପ୍ରତିଶ୍ରୁତିର ଥୋପ ଦେଖାଉଛି କଂଗ୍ରେସ । ମହିଳାମାନଙ୍କ ଠାରୁ ଛାତ୍ରୀମାନଙ୍କ ପର୍ୟ୍ୟନ୍ତ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ଘୋଷଣା କରିଥିଲା । ଦେଶର ଭବିଷ୍ୟତର ପରିବର୍ତ୍ତନ ପାଇଁ ଚାହୁଁଥିବା ସମସ୍ତ ମହିଳା ଆଗକୁ ଆସି ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି ।

ୟୁପିର ନେତୃତ୍ୱ ନେବାକୁ ଚାହୁଁଥିବା ମହିଳାମାନେ ନଭେମ୍ବର ୧୫ ଭିତରେ ଆବେଦନ କରିବାକୁ ମଙ୍ଗଳବାର କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆହ୍ୱାନ ଦେଇଛନ୍ତି । ନିର୍ବାଚନ ଜିତିଲେ ଦ୍ୱାଦଶ ପାସ୍ କରିଥିବା ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ସ୍ନାତକ ପାସ୍ କରିଥିବା ଛାତ୍ରୀମନେଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦେବେ ବୋଲି ସେ ବଡ଼ ଘୋଷଣା କରିଛନ୍ତି । ଗୁରୁବାର ଏନେଇ ନିଜ ଟୁଇଟ୍ କରି ଘୋଷଣା କରିଛନ୍ତି । ମୁଁ କେତକ ଛାତ୍ରୀଙ୍କୁ ଭେଟିଛି ସେମାନଙ୍କ ଅଭାବ ଅସୁବିଧାେ, ଘରୁ କଲେଜ୍ ଯିବା ପାଇଁ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିବା ପରେ ଏଭଳି ନିଷ୍ୱତ୍ତି ନେଇଥିବା କଥା କହିଛନ୍ତି । ମହିଳାମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କହିବା ସହ ମହିଳାମାନଙ୍କ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷେ ପ୍ରିୟଙ୍କାର ଏଭଳି ନୂଆ ନୂଆ ଘୋଷଣା ମାଧ୍ୟମରେ ମହିଳାମାନଙ୍କୁ ସୁବିିଧା ସୁଯୋଗ ଯୋଗେଇ ଦେବା ଆଳରେ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ