Masthead

ଗିରଫ ଆଶିଷ ମିଶ୍ରା ଡାକ୍ତରଖାନାରେ ଭର୍ତ୍ତି ହେବେ !

(ବଡ଼ ଖବର ବ୍ୟୁରୋ)   ଉତ୍ତର ପ୍ରଦେଶର ଲଖିମପୁରରେ ଘଟିଥିବା ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇପାରେ । ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଏ ନେଇ ପୋଲିସ ପକ୍ଷରୁ ଖବର ମିଳିଛି ।

ଲଖିମପୁର ଖେରି ଜେଲ କର୍ତ୍ତୁପକ୍ଷ କହିଛନ୍ତି ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି କି ନା ତାହା ଏ ଯାଏ ସ୍ପଷ୍ଟ ହୋଇନି । ପ୍ରଥମେ ତାଙ୍କୁ ଡାକ୍ତରାଖାନାକୁ ନିଆଯାଇ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ତାଙ୍କର କଣ ହୋଇଛି , ଜଣାପଡିବ । ସୂଚନା ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଶିଷ ମିଶ୍ରାଙ୍କ କାର ସେମାନଙ୍କ ଉପରେ ଚଢିଯାଇଥିବା ।

ଫଳରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଏହି ହିଂସା କାଣ୍ଡରେ ଆଉ ୪ ଜଣଙ୍କ ର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କୁ ଅକ୍ଟୋବର ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ୧୨ ଘଣ୍ଟାର ଜେରା ପରେ ତାଙ୍କୁ ସେହି ଦିନ ରାତିରେ ଗିରଫ କରାଯାଇଥିଲା । ଏହି ଘଟଣାରେ ଆଶିଷ ମିଶ୍ରାଙ୍କୁ ମିଶାଇ ୧୩ ଜଣ ଗିରଫ ହୋଇସାରିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା