Masthead

ଆର୍ୟନଙ୍କୁ ମିଳିବ କି ବେଲ୍?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆର୍ୟନଙ୍କୁ ମିଳିବ କି ବେଲ୍ । ଆର୍ୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରର୍ୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ ।

ଆରର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆରର୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ପେଡଲରଙ୍କ ସହ ଲିଙ୍କ୍ ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି । ଆରର୍ୟନ ଅରବାଜଙ୍କ ପାଖରୁ ଡ୍ରଗ୍ସ ନେଉଥିବା ମଧ୍ୟ ଏନସିବି କୋର୍ଟରେ ପ୍ରମାଣ ରଖିଥିଲା । ଶାହରୁଖଙ୍କ ପୁଅ ଆରର୍ୟନ ଏବେ ମୁମ୍ବାଇ ସ୍ଥିତ ଆରଥର ରୋଡ୍ ଜେଲରେ ରହିଛନ୍ତି । ଜେଲରେ ଆରର୍ୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି ।

ସେପଟେ ବାରମ୍ବାର ତାଙ୍କର ଜାମିନ ପାଇଁ ଅନେକ ଚେଷ୍ଟା କରିଆସୁଛନ୍ତି ପିତା ଶାହରୁଖ ଖାନ । ହେଲେ ଦିନ ପରେ ଦିନ ଘୁଞ୍ଚୁଥିଲେ ମଧ୍ୟ ଆର୍ୟନ ଖାନଙ୍କୁ ଜାମିନ ମିଳିପାରୁ ନାହିଁ । ଏହା ମଧ୍ୟରେ ପୁଅକୁ ଭେଟିବାକୁ ମା’ ଗୌରୀ ଖାନ ଅର୍ଥର ରୋଡ ଜେଲକୁ ଯାଇଥିବାର କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ପିତା ଶାହରୁଖ ଖାନ ଅକ୍ଟୋବର ୨୧ରେ ପୁଅ ଆର୍ୟନ ଖାନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ପୁଅ ଆର୍ୟନ ସାଙ୍ଗରେ ଅର୍ଥର ରୋଡ ଜେଲରେ ୧୬ ରୁ ୧୮ ମିନିଟ ପର୍ଯ୍ୟନ୍ତ ଶାହରୁଖ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ ଏକ କାଚର କାନ୍ଥ ରହିଥିଲା । ଦୁହେଁ ଇଣ୍ଟରକମରେ କଥା ହୋଇଥିଲେ । ଏହି ସାକ୍ଷାତ ସମୟରେ ଜେଲର ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ