Masthead

ଆର୍ୟନଙ୍କୁ ମିଳିବ କି ବେଲ୍?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆର୍ୟନଙ୍କୁ ମିଳିବ କି ବେଲ୍ । ଆର୍ୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରର୍ୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ ।

ଆରର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆରର୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ପେଡଲରଙ୍କ ସହ ଲିଙ୍କ୍ ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି । ଆରର୍ୟନ ଅରବାଜଙ୍କ ପାଖରୁ ଡ୍ରଗ୍ସ ନେଉଥିବା ମଧ୍ୟ ଏନସିବି କୋର୍ଟରେ ପ୍ରମାଣ ରଖିଥିଲା । ଶାହରୁଖଙ୍କ ପୁଅ ଆରର୍ୟନ ଏବେ ମୁମ୍ବାଇ ସ୍ଥିତ ଆରଥର ରୋଡ୍ ଜେଲରେ ରହିଛନ୍ତି । ଜେଲରେ ଆରର୍ୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି ।

ସେପଟେ ବାରମ୍ବାର ତାଙ୍କର ଜାମିନ ପାଇଁ ଅନେକ ଚେଷ୍ଟା କରିଆସୁଛନ୍ତି ପିତା ଶାହରୁଖ ଖାନ । ହେଲେ ଦିନ ପରେ ଦିନ ଘୁଞ୍ଚୁଥିଲେ ମଧ୍ୟ ଆର୍ୟନ ଖାନଙ୍କୁ ଜାମିନ ମିଳିପାରୁ ନାହିଁ । ଏହା ମଧ୍ୟରେ ପୁଅକୁ ଭେଟିବାକୁ ମା’ ଗୌରୀ ଖାନ ଅର୍ଥର ରୋଡ ଜେଲକୁ ଯାଇଥିବାର କଥା ସାମ୍ନାକୁ ଆସିଛି । ଏହା ପୂର୍ବରୁ ପିତା ଶାହରୁଖ ଖାନ ଅକ୍ଟୋବର ୨୧ରେ ପୁଅ ଆର୍ୟନ ଖାନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ପୁଅ ଆର୍ୟନ ସାଙ୍ଗରେ ଅର୍ଥର ରୋଡ ଜେଲରେ ୧୬ ରୁ ୧୮ ମିନିଟ ପର୍ଯ୍ୟନ୍ତ ଶାହରୁଖ କଥା ହୋଇଥିଲେ । କଥାବାର୍ତ୍ତା ସମୟରେ ବାପ ଓ ପୁଅଙ୍କ ମଧ୍ୟରେ ଏକ କାଚର କାନ୍ଥ ରହିଥିଲା । ଦୁହେଁ ଇଣ୍ଟରକମରେ କଥା ହୋଇଥିଲେ । ଏହି ସାକ୍ଷାତ ସମୟରେ ଜେଲର ଅଧିକାରୀ ସେଠାରେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି