Masthead

ଗଞ୍ଜାମ ମଡେଲରୁ ଅନେକ କିଛି ଶିଖିହେବ – ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ଦିନ କୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା । ଏଯାବତ ରାଜ୍ୟରେ ମୋଟ ୨ଲକ୍ଷ ୪୪ ହଜାର ୧୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭିତରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଗଞ୍ଜାମ ମଡେଲକୁ ପ୍ରଶଂସା କରିଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ବିଶ୍ୱ ପାଇଁ ଉଦାହରଣ ବୋଲି କହିଛି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ । ଗଞ୍ଜାମ ଓ ମହାରାଷ୍ଟ୍ରର ଧାରାବୀରେ ଯେଉଁ ଭଳି ଭାବେ କରୋନା ବ୍ୟାପିଥିଲା କିନ୍ତୁ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ମଡେଲ ପ୍ରଶଂସନୀୟ ବୋଲି ଦର୍ଶାଯାଇଛି । ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟ୍ୟାନ ଦେବା ଉଚ୍ଚକୋଟୀର ପଦକ୍ଷେପ ବୋଲି କହିଛନ୍ତି ।

ବିଶେଷ କରି ଯେଉଁଭଳି ଭାବେ ସରପଞ୍ଚଙ୍କୁ କାର୍ଯ୍ୟରେ ଲଗାଇଥିଲେ ଏବଂ ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଗଲା ତାହା ଉଚ୍ଚ ପ୍ରଶଂସନୀୟ । ଦିନ ଥିଲା ଗଞ୍ଜାମ ଓ ଧାରାବୀରେ ହଜାର ହଜାର ଲୋକ ସଂକ୍ରମିତ ଚିହ୍ନଟ ହେଉଥିଲେ କିନ୍ତୁ ଆଜି ସେଠାରେ ଦୁଇ ଶହରୁ ବି କମ୍ ରୋଗୀ ଅଛନ୍ତି । କୋରୋନା ସଂକ୍ରମଣ ନେଇ ୩୧୦ଟି ସହରରେ ଅନୁଧ୍ୟାନ କରିଥିଲା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ । ଗଞ୍ଜାମ ଓ ଧାରାବୀରୁ ଅନେକ କିଛି ଶିଖିହେବ ବୋଲି କହିଛି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ