Masthead

ସମ୍ବଲପୁରରେ ଆକ୍ସନ,  ସାରା ରାଜ୍ୟରେ ରିଆକ୍ସନ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ପୋଲିସ-ବିରୋଧୀ ଦଳ ନେତା ହାତାହାତି । ମହିଳା ପୋଲିସକୁ ଧକା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ଜୟନାରାୟଣଙ୍କୁ ମଧ୍ୟ ପାଲଟା ମୁଥ ମାରିଛନ୍ତି ମହିଳା ଆଇଆଇସି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରୁଛି । ସମ୍ବଲପୁର ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ବେଳେ ଦେଖା ଦେଇଥିଲା ଏଭଳି ପରିସ୍ଥିତି । ଧସ୍ତାଧସ୍ତି ପରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଜୟନାରାୟଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆନ୍ଦୋଳନରେ ସାଧାରଣ ଠେଲାପେଲା ହୁଏ ।

କିନ୍ତୁ ଧନୁପାଲି ଆଇଆଇସି ମୋତେ ଆଗେ ଧକା ମାରିଛନ୍ତି । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକା ମାରୁଛନ୍ତି । ଧନୁପାଲି ଥାନା ଆଇଆଇସି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯୁକ୍ତିତର୍କ ବେଳେ ଜୟନାରାୟଣ ମିଶ୍ର ମୋ ଗାଲକୁ ଥାପଡ ମାରିଥିଲେ ।ମୁଁ ନିଜର ରକ୍ଷା କରିବା ପାଇଁ ଚେଷ୍ଟା କରିଛି । ମୁଁ ତାଙ୍କ ଉପରକୁ ହାତ ଉଠାଇନି । ସେ ରାଜନୀତି କରନ୍ତି, ଆରୋପ କରିବା ସ୍ୱଭାବିକ କଥା ।

ସେପଟେ ଜୟନାରାୟଣ ଓ ପୋଲିସ ହାତାହାତି ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସିଛି ବିଜେଡି । ମୁଖପାତ୍ର ଶ୍ରୀମୟି ମିଶ୍ର କହିଛନ୍ତି ଜୟନାରାୟଣ ମିଶ୍ର ହେଉଛନ୍ତି ଅଭ୍ୟାସ ଗତ ଅପରାଧୀ ତାଙ୍କ ନାମରେ ହତ୍ୟା ଅଭିଯୋଗ ସହ ଅନେକ ଥାନାରେ ୧୬ଟି ମାମଲା ରହିଛି । ଜେଲରେ ଥିଲେ ଏବେ ଜାମିନରେ ଅଛନ୍ତି ବିରୋଧୀ ଦଳ ନେତା । ଅନ୍ୟକୁ ଧମକ ଦେବା ତାତ୍ସଲ୍ୟ କରିବା ତାଙ୍କର ଅଭ୍ୟାସ । ଏସବୁ ଓଡିଶାବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ । କ୍ଷମା ପ୍ରାଥନା କରନ୍ତୁ ଜୟନାରାୟଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼