Masthead

ୟୁନିସେଫ ଦ୍ୱାରା ପ୍ରଶଂସିତ ୪ ଡଙ୍ଗରିଆ

ରାୟଗଡା (ବଡ଼ ଖବର ବ୍ୟୁରୋ ) : ୟୁନିସେଫ ଦ୍ୱାରା ପ୍ରଶଂସିତ ହେଲେ ୪ ଡଙ୍ଗରିଆ । କୋଭିଡ ଟିକାକରଣ ପାଇଁ ସଚେତନତା ଆଣି ପ୍ରଶଂସିତ ହୋଇଛନ୍ତି । ରାୟଗଡ ଜିଲାର ଦୁର୍ଗମ ନିୟମଗିରି ପାର୍ବତମାଳା । କରୋନା ମାହାମାରୀ ସମୟରେ ନିଜ ଜୀବନଶୈଳିରେ ଜିଇଁଆସୁଥିବା ଆଦିମ ଅଧିବାସୀଙ୍କ ପାଇଁ ସରକାର ଉଦବେଗ ପ୍ରକାଶ କରିଥିଲେ । ବସ୍ତୁପୂଜା କରିଆସୁଥିବା ଡଙ୍ଗରିଆ ଜନଜାତୀଙ୍କୁ ଟିକାକରଣ ସରକାରଓ ଜିଲ୍ଲା ପ୍ରଶାସନ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଏହି ସମୟରେ ଟିକାକରଣ ପାଇଁ ସଚେତନ କରାଇଥିଲେ ୪ ଡଙ୍ଗରିଆ ଯୁବତି । ଗୀତା ୱାଡେକା, ରିଞ୍ଜ ୱାଡେକା, ସମିତା ୱାଡେକା, ଏବଂ ମୁମିତା ୱାଡେକା ୪ଜଣ ଯୁବତୀ କୋଭିଡ ଟିକାକରଣ ପାଇଁ

ସଚେତନତା ଆଣି ୪ଡଙ୍ଗରିଆ ଯୁବତୀ ୟୁନିସେଫ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଡାକ୍ତରୀ ଦଳ ଯେତେବେଳେ ନିୟମଗିରିରେ ପହଞ୍ଚ ିଥିଲେ ସେଠାକାର ଅଧିବାସୀଙ୍କ ଦ୍ୱାରା ତୀବ୍ର ବିରେଧ କରାଯାଇଥିଲା । ନିୟମରାଜାର ସନ୍ତାନଙ୍କୁ କୌଣସି ରୋଗ ଛୁଇଁପାରିବ ନାହିଁ ବୋଲି ଡକ୍ତରୀଦଳକୁ ଫେରାଇଦେଇଥିଲେ । ପରେ ଏହି ୪ଜଣ ଯୁବତୀ ପାହାଡ ଉପତ୍ୟାକାର ଗାଁକୁ ଗାଁ ବୁଲି ଲୋକଙ୍କ ମନରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଘରଘର ବୁଲି ଲୋକଙ୍କୁ ସଚେତନ କରାଇ ଟିକାକରଣ ଆଡକୁ ମୁହାଇଁଥିଲେ ।

ପରିଣାମ ସ୍ୱରୁପ ନିୟମଗିରି ପାହାଡ ଉପରେ ରହୁଥିବା ବସ୍ତିମାନଙ୍କରେ ଶତପ୍ରତିଶତ ଟିକାକରଣ ହୋଇପାରିଥିଲା । ଟିକାକରଣ ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ଏହା ଅନୁଭବ କରିବା ପରେ ୟୁନିସେଫ ଦ୍ୱାରା ବିଭିନ୍ନ ସମାଜିକ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା