Masthead

ଲାଲଗଡ଼ରେ ଜିଲ୍ଲାପାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦିର୍ଘଦିନ ପରେ ଲାଲଗଡ଼ରେ ପଡ଼ିଲା ସରକାରୀ ବାବୁଙ୍କ ପାଦ । ୨୦୧୧ମସିହାରେ ତକ୍ରାଳିନ ମାଲକାନାଗିରି ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣା ମାଓବାଦୀଙ୍କ ଦ୍ୱାରା ଅପହୃତ ହେବା ପରଠୁ ଏ ଅଞ୍ଚଳକୁ ଆସି ନଥିଲେ ସରକାରୀ ବାବୁ । ୯ବର୍ଷ ପରେ ଆଜି ଲାଲଗଡ଼କୁ ଭେଦ କରି ସ୍ୱାଭିମାନ ଅଞ୍ଚଳରେ ପାଦ ଥାପିଛି ଜିଲ୍ଲା ପ୍ରଶାସନ । ଯନ୍ତୁରାଇ ଗ୍ରାମରୁ ମୋଟରସାଇକେଲ ଯୋଗେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯୋଡାମ୍ବ ପଞ୍ଚୟାତରେ ପହଁଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପ୍ରଥମଥର ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୁରା ଜିଲ୍ଲା ପ୍ରଶାସନକୁ ପାଖରେ ପାଇ ବର୍ଷ ବର୍ଷ ଧରି ଭୋଗୁଥିବା ଦୁଖଃକୁ ବଖାଣି ଥିଲେ ଯୋଡାମ୍ବ ପଞ୍ଚୟାତବାସୀ ।


ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରାଠାରୁ ଧିରେ ଧିରେ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ବାଟ ଫିଟୁଛି । ମାଓ ସଂଗଠନ ଭୁଷୁଡିବା ସହ ବିଚ୍ଛିନ୍ନାଞ୍ଚଳର ବିକାଶ ପାଇଁ ସରକାର ହାତ ବଢାଇଛନ୍ତି । ସ୍ୱାଭିମାନ ଅଞ୍ଚଳର ୮ପଞ୍ଚୟାତରୁ ୩ ପଞ୍ଚାୟତ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ଘୋଷଣା କରିଥିଲେ ୧୦୦କୋଟିର ପ୍ୟାକେଜ ହେଲେ ଦୁଇ ବର୍ଷ ପରେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇପାରୁନଥିବାରୁ ନିଜେ ଜିଲ୍ଲାପଳ ପହଁଚି ସ୍ଥିତି ସମୀକ୍ଷା କରିବା ସହ କର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଉଦ୍ୟମ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା