Masthead

ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ବେଆଇନ ଭାବେ କଂସେଇଖାନା ଚାଲିଛି : ଟି ରାଜା ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ତେଲେଙ୍ଗାନା ବିଧାୟକ ଟି ରାଜା ସିାଂ ଯେଉଁଥି ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। କିନ୍ତୁ ଏବେ ସେ ପୁଣି ଥରେ ଦେଇଛନ୍ତି ବିବାଦୀୟ ବୟାନ । ସେ ଏଆଇଏମଆଇଏମର ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ , ଓୱେସୀ ହେଉଛନ୍ତି ସବୁଠାରୁ ବଡ ଗୋ ହତ୍ୟାକାରୀ। । ନିଲମ୍ବିତ ବିଜେପି ସାଂସଦ ସାରା ଦେଶରେ ଗୋ’ ହତ୍ୟାକୁ ନିଷିଦ୍ଧ କରିବାକୁ ଆଇନ ଆଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ଟି ରାଜା ସିଂ କହିଛନ୍ତି ଯେ, ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ଅନେକ ବେଆଇନ ଭାବେ କଂସେଇଖାନା ଚାଲିଛି। ଯେଉଁଠି ଅନେକ ଗୋରୁ ହତ୍ୟା କରାଯାଇ ସେମାନଙ୍କ ମାଂସ ରପ୍ତାନୀ କରାଯାଉଛି। ସିଂ ପ୍ରଶ୍ନ କରିଛନ୍ତି ଯେ, ଓୱେସୀ ଏହି ଗୋ ହତ୍ୟାକାରୀଙ୍କୁ ‘ଦେଶ ଭକ୍ତ’ ବୋଲି କହିବେ କି? ଆଗରୁ ମଧ୍ୟ ସେ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ