Masthead

ପଲିଥିନ୍ ତଳେ ଜୀବନ: ଯୋଜନା କାହା ପାଇଁ ?

ସୁବର୍ଣ୍ଣପୁର, (ବଡ଼ ଖବରର ବ୍ୟୁରୋ): ଯୋଜନା ଅସୁମାରୀ । ସଫଳତା ବଖାଣିବାରେ ବି ସୀମା ନାହିଁ । କରୋନା କାଳରେ ପକ୍କା ଘର ତିଆରି କରି ଜାତିସଂଘରୁ ସାର୍ଟିଫିକେଟ ଆସିଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ଆମ୍ବସରଭଟା କୁଲସାହିର ଘସାନ ମୁଣ୍ଡାଙ୍କ ଦୁଃଖ ଦେଖିଲେ ସବୁ ଯେମିତି ମୂଲ୍ୟହୀନ ଲାଗୁଛି । ଯୋଜନା ଯେ ବାସ୍ତବତାଠାରୁ ଯୋଜନ ଯୋଜନ ଦୂରରେ ତାହା ଜଳଜଳ ଦିଶୁଛି । ଘସାନ ମୁଣ୍ଡାଙ୍କ ବୟସ ପ୍ରାୟ ୫୨ ହେବ । ଜଣେ ଜନଜାତି ସମ୍ପ୍ରଦାୟର ବିଧବା ମହିଳା । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ପଲିଥିନ୍ ଭରସା । ଦିନ ବେଳା ଗଛ ତଳେ ଆଶ୍ରୟ ନେଉଥିବା ବେଳେ ବର୍ଷା ହେଲେ ବହୁ ଦୟନୀୟ ଅବସ୍ଥା ।

ପରିବାର କହିଲେ ପୁଅ ତୀର୍ଥ ମୁଣ୍ଡା ଓ ଝିଅ ପାନେଶ୍ୱରୀ ମୁଣ୍ଡା । ଗତ ଲଗାଣ ବର୍ଷାରେ ତାଙ୍କର ମାଟି ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ସ୍ଥାନୀୟ ସୁବଳୟା ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟ ପକ୍ଷରୁ ପଲିଥିନ ଖଣ୍ଡିଏ ଯୋଗାଇ ଚୁପ ହୋଇଯାଇଛନ୍ତି । ଜଙ୍ଗଲରୁ ଶାଳ ପତ୍ର ଆଣି ଖଲି , ଦନା ତିଆରି କରି ଗୁଜୁରାଣ ମେଣ୍ଟାଉ ଥିବା ସେ କହିଛନ୍ତି। ବର୍ତ୍ତମାନର କରୋନା ମାଡରେ ଖଲି, ଦନା ବିକ୍ରି ହେଉନଥିବାରୁ ଅଭାବରେ ଅନେକ ସମୟରେ ଉପାସ ରହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନ ହେଉ ଅବା ସ୍ଥାନୀୟ ଲୋକପ୍ରତିନିଧି କାହାରି ନଜର ପଡ଼ୁନି ତାଙ୍କ ଉପରେ । ଦେଖିବାକୁ ବାକିରହିଲା ଘସାନ ମୁଣ୍ଡାଙ୍କୁ କେବେ ଆବାସ ଯୋଜନାରେ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା