Masthead

ଏନ୍ଏଚ୍ ୨୦ରେ ମାତିଛନ୍ତି ତେଲ ଲୁଟେରା

କେନ୍ଦୁଝର (ବଡ଼ ଖବର ବ୍ୟୁରୋ):ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ତେଲ ଚୋର ମାନଙ୍କର ଦୈରାତ୍ମ୍ୟ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଆଇରନ୍ ଟ୍ରକ୍ ଗୁଡିକୁ ଟାର୍ଗେଟ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ତେଲ । ତେବେ ବାରମ୍ବାର ଅଭିଯୋଗ ପରେ ପୋଲିସ୍ ହାତ ଖାଲିଥିବାବେଳେ ଲକ୍ଷାଧିକ ଟଙ୍କାର ତେଲ ଚୋରି କରି ମାଲେମାଲ ହେଉଛନ୍ତି ତେଲ ଚୋର ଗ୍ୟାଙ୍ଗ୍ । ତେବେ ଆଜି ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗର କୌଣସି ସୁରାଗ ପୋଲିସ ହାତରେ ଲାଗି ନଥିବାବେଳେ ଏବେ ହାତରେ ଲାଗିଛି ଚୋରି ସମୟର ଏକ୍ସକ୍ଲୁସିଭ୍ ଭିଜୁଆଲ୍ । ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରୁ ଆଇରନ୍ ନେବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଟ୍ରକ୍ ଜିଲ୍ଲାର ବିଭିନ୍ନ ଖଣିରୁ ମୁଖ୍ୟତଃ ଲୁହାପଥର ଏନ୍.ଏଚ୍ ୨୦ନଂ ଦେଇ ପରିବହନ କରିଥାନ୍ତି ।

ତେବେ ଅନେକ ସମୟରେ ବିଳମ୍ବିତ ଡ୍ରାଇଭରମାନଙ୍କୁ ନିଦ ଲାଗିଲେ କିମ୍ବା ଗାଡି ଖରାପ ହେଲେ ରାସ୍ତା କଡରେ ଗାଡିକୁ ଠିଆ କରି ଗାଡି ଭିତରେ ଶୋଇଥାନ୍ତି । ଯାହାର ଫାଇଦା ଉଠାଇଥାନ୍ତି ଏହି ତେଲ ଲୁଟେରାମାନେ । ରାତି ପାଖାପାଖି ଗୋଟାଏ-ଦୁଇଟା ସମୟରୁ ଆରମ୍ଭ ହୋଇ ଯାଇଥାଏ ତେଲ ଚୋରମାନଙ୍କର ତେଲ ଲୁଟିବା ମିଶନ । ବୋଲେରୋ ସମେତ ବିଭିନ୍ନ କାରରେ ହାଇ ଟେକ୍ନୋଲୋଜି ସିଷ୍ଟମ୍ ଆଣି ୫ ରୁ ୧୦ ମିନିଟ୍ ସମୟରେ ଲୁଟିନେଇଯାଉଛନ୍ତି ଶହ ଶହ ଲିଟର ତେଲ । କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଡ୍ରାଇଭରମାନଙ୍କ ପାଖରୁ ଟଙ୍କା, ମୋବାଇଲ୍ ସବୁ ଲୁଟି ନେଇ ଯାଉଥିବାର ଦୃଶ୍ୟ ମଧ୍ୟ ଅଛିି । ଗତ ୨୫ ତାରିଖ ରାତି ଘଟଗାଁ ନିକଟବର୍ତ୍ତୀ ଏକ ଢାବା ସାମ୍ନାରେ ଏକ ବାଲି ବୋଝେଇ ବାର ଚକିଆ ହାଇୱା ଗାଡିକୁ ଠିଆ କରି ଡ୍ରାଇଭର ଜଣଙ୍କ ଗାଡି ଭିତରେ ଶୋଇଥିଲା ।

ରାତି ୩ଟା ସମୟରେ ଚୋରମାନେ ଆସି ସେହି ଗାଡିରୁ ଦେଢଶହରୁ ଦୁଇଶହ ଲିଟର ଏବଂ ଆଉ ଏକ ଗାଡି ତେଲ ଟାଙ୍କିକୁ କଣା କରି ଉଭୟ ଗାଡିରୁ ପାଖାପାଖି ୫୦୦ ଲିଟରରୁ ଉଦ୍ଧ୍ୱର୍ ତେଲ ଚୋରି କରି ନେଇଯାଇଛନ୍ତି । ଏଭଳି ଚୋରୀ ହେବା ଯୋଗୁଁ ଡ୍ରାଇଭରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହିତ ମାଲିକମାନେ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିବା ସହିତ ରାତିରେ ପେଟ୍ରୋଲିଂର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ କି କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ମଧ୍ୟ ରଖୁନାହିଁ । ତେବେ ପୋଲିସ୍ କଡାକଡି ଭାବେ ପେଟ୍ରୋଲିଂ କରି ତେଲ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଉଭୟ ଡ୍ରାଇଭର ଏବଂ ମାଲିକମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି