Masthead

ବଡ଼ ଖବର ପ୍ରଭାବ: ଆକ୍ସନ ମୁଡ଼ରେ ପୋଲିସ

କେନ୍ଦ୍ରାପଡା, (ବଡ଼ ଖବର ବ୍ୟୁରୋ): ହଜିଗଲା କି ମାନବିକତା ! ଶୀର୍ଷକ ଖବର ନାମକ ଏକ ଏକ୍ସକ୍ଲୁସିଭ ନ୍ୟୁଜ ବଡ଼ ଖବର ମାଧ୍ୟମରେ ଲୋକଲୋଚନକୁ ଆସିବା ପରେ ଚେଇଁଥିବା ପ୍ରଶାସନ ଉଠିବସିଛି । ଖବର ପ୍ରକାଶ ପରେ ଆଜି କେନ୍ଦ୍ରାପଡା ଏସପି ନୀତି ଶେଖର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପରେ ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ତଦନ୍ତରୁ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି ।

ଉଲ୍ଲେଖଯୋଗ୍ୟ, ଛତିଶଗଡ଼ରୁ ଦାଦନ ଖଟିବାକୁ ଆସିଥିବା ବ୍ୟକ୍ତି ଧରମଲାଲ ଆଉ ତାଙ୍କ ନାବାଳକ ପୁଅ ଗତ ଏକ ବର୍ଷ ହେଲା ଗରଦପୁର ଅଞ୍ଚଳରେ କାମ କରୁଥିଲେ । ଯେଉଁମାନେ କାମ କରାଇଥିଲେ ସେମାନେ ବକେୟା ଟଙ୍କା ନଦେବାରୁ ସେ ଘରକୁ ଯାଇ ପାରିନଥିଲେ । ପରେ ଧରମଲାଲ ସାମନ୍ୟ ବେମାର ହେବାରୁ ତାଙ୍କୁ ଚିକିତ୍ସା କରିବା ବଦଳରେ ମାଲିକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଢାରେ ଶୁଆଇଦେଇଥିଲେ । ତାଙ୍କ ନାବାଳକ ପୁଅ ଟଙ୍କା ପାଇଁ ଯେତେ ମୁଣ୍ଡ ବାଡେଇଲେ ମାଲିକ ଶୁଣିନଥିଲା । ଏମିତିକି ନାବାଳକ ପୁଅ କହିଥିଲେ ମୋର ଟଙ୍କା ଦରକାର ନାହିଁ କେବଳ ମୋ ବାପାଙ୍କୁ ଭଲ କରିଦିଅ । ଏହି ମୌକାର ଫାଇଦା ନେଇ ମାଲିକ ବ୍ୟକ୍ତି ଜଣେ ନିଶାଗ୍ରସ୍ତ ଯୁବକଙ୍କୁ ଡାକି ତାଙ୍କର ଜଳ ଉଦୁରି ରୋଗ ହୋଇଥିବା କହି ପେଟରେ ଛୁଞ୍ଚି ପୁରାଇ ପାଣି ବାହାର କରିଥିଲେ । ଫଳରେ ଧରମଲାଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ମନ୍ଦିର ମାରା ହୋଇଯିବା ଭାବି ମୃତ ଧରମଲାଲଙ୍କୁ ଆଣି ଗରଦପୁର ଭଦାଲୋ ମୁଖ୍ୟ ରାସ୍ତାରେ ଶୁଆଇ ଦେଇଥିଲେ । ଘଣ୍ଟା ଘଣ୍ଟା ମୃତ ଧରମଲାଲଙ୍କ ଶରୀରକୁ ରାସ୍ତାରେ ଜଗି ରହିଥିଲା ନାବାଳକ ପୁଅ । ଶେଷରେ ବିଳମ୍ବିତ ରାତିରେ ଥାନାରେ କେଶ ଭୟରେ ଗନ୍ଧ ହେଉଥିବା ମୃତ ଶରୀରକୁ ନେଇ ପୋଡି ଦେଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା । ଅନ୍ୟ ରାଜ୍ୟର ଦାଦନ ମୃତ୍ୟୁ ପରେ ମଧ୍ୟ ଶବ ସତ୍କାର ପୂର୍ବରୁ କାହିଁକି ପୋଲିସର ଅନୁମତି ନିଆଗଲାନି ସେ ନେଇ ଉଠିଛି ବଡ ପ୍ରଶ୍ନ ଏବଂ ତାଙ୍କ ନାବାଳକ ପୁଅକୁ କାହିଁକି ଗରଦପୁର ଅଞ୍ଚଳରୁ ଛାତିଶଗଡ଼କୁ ବିଦା କରାଗଲା ସେ ନେଇ ଜିଲ୍ଲାରେ ଆଲୋଚନାର ବିଷୟବସ୍ତୁ ମଧ୍ୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ