ଜାଲ ନୋଟ୍ କାରବାର, ୭ ଗିରଫ

ବାରିପଦା(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜରେ ଜାଲ  ନୋଟ କାରବାର । ଜାଲ ନୋଟ୍ କାରବାରରେ, ୭ ଜଣ ଗିରଫ ହୋଇଛନ୍ତି । 10 ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅପହରଣ ମାମଲାର ତଦନ୍ତ ବେଳେ ସାମନାକୁ ଆସିଲା ଜାଲ ନୋଟ କାରବାର ଘଟଣା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ବଡ଼ସାହି ଅଞ୍ଚଳର । ସୂଚନା ଅନୁସାରେ ରଙ୍ଗା ମାଟିଆ ଅଂଚଳର ରାଜେନ୍ଦ୍ର ବେହେରାକୁ ଅପହରଣ କରାଯାଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା । ଘଟଣାର ତଦନ୍ତ କରି ପୋଲିସ ୩ଜଣଙ୍କୁ ଗିରଫ କରିଥିଲା। ପରେ ଜାଲ ନୋଟ କାରବାର କଥା ସାମ୍ନାକୁ ଆସିଥିଲା ।

ରାଜେନ୍ଦ୍ର ବେହେରା କିଛି ଲୋକଙ୍କ ଠାରୁ ୩ଲକ୍ଷ ଟଙ୍କା ନେଇ କିଛି ଦିନ ପାରେ ୧୦ଲକ୍ଷ ଟଙ୍କା ଫେରସ୍ତ କରିବାର କହିଥିଲେ। ରାଜେନ୍ଦ୍ର ସେହି ବ୍ୟକ୍ତିଙ୍କୁ ଜାଲ ନୋଟ ଦେଇଥିଲେ । ତେବେ ଟଙ୍କା ସବୁ ଜାଲ୍ ଜଣାପଡ଼ିବା ପରେ ସେମାନେ ରାଜେନ୍ଦ୍ରକୁ ଅପହରଣ କରିଥିଲେ। ଜାଲ ନୋଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅପହରଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗୋଟିଏ ବାଇକ୍, ଗୋଟିଏ ବୋଲେରୋ ଏବଂ ଗୋଟିଏ ସ୍କୋର୍ପିଓ ଗାଡ଼ି ସମେତ ୩ ବିଡ଼ା ନକଲି ନୋଟ ଓ ୩ ଟି ମୋବାଇଲ ଜବତ କରାଯାଇଛି।ତେବେ ଜାଲ ନୋଟ କାରବାର ରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାର ସୁଚନା ଦେଇଛି ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!