Masthead

ଜଷ୍ଟିସ ରିପୋର୍ଟରେ ଖସିଲା ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ୨୦୨୨ ଇଣ୍ଡିଆ ଜଷ୍ଟିସ ରିପୋର୍ଟ । ରିପୋର୍ଟରେ ତଳକୁ ଖସିଛି ଓଡ଼ିଶା । ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗତବର୍ଷ ଅପେକ୍ଷା ଖରାପ ହୋଇଛି ଓଡ଼ିଶାର ପ୍ରଦର୍ଶନ । ୨୦୨୧ରେ ଓଡ଼ିଶା ଏହି ରିପୋର୍ଟରେ ୭ନମ୍ୱରରେ ଥିବା ବେଳେ ୨୦୨୨ରେ ୧୦କୁ ଖସିଛି । ଜଷ୍ଟିସ ଇଣ୍ଡିଆ ରିପୋର୍ଟରେ ତଳକୁ ଖସିଲା ଓଡ଼ିଶା । ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗତବର୍ଷ ଅପେକ୍ଷା ଖରାପ ହୋଇଛି ଓଡ଼ିଶାର ପ୍ରଦର୍ଶନ । ପ୍ରକାଶ ପାଇଛି ୨୦୨୨ ଇଣ୍ଡିଆ ଜଷ୍ଟିସ ରିପୋର୍ଟ । ଚାରି ଦିଗକୁ ପୋଲିସ, ନ୍ୟାୟପାଳିକା, ନ୍ୟାୟ ସହାୟତା ଓ ଜେଲ୍ ପରିଚାଳନାକୁ ନେଇ ଆସିଛି ତଥ୍ୟ । ୨୦୨୧ରେ ଓଡ଼ିଶା ଏହି ରିପୋର୍ଟରେ ୭ନମ୍ୱରରେ ଥିବା ବେଳେ ୨୦୨୨ରେ ୧୦କୁ ଖସିଛି ।

ଗତ ୫ବର୍ଷ ଭିତରେ ଓଡ଼ିଶା ହାଇକୋର୍ଟରେ ୫୩ପ୍ରତିଶତ କେସ ପେଣ୍ଡିଂ ରହିଛି । ହାଇକୋର୍ଟ ବିଚାରପତି କ୍ଷେତ୍ରରେ ୩୩ ପ୍ରତିଶତ ପଦ ଖାଲି ରହିଛି । ପୋଲିସ ବିଭାଗରେ କନେଷ୍ଟବଳ ସ୍ତରରେ ୧୩ପ୍ରତିଶତ ପଦବୀ, ଅଫିସର ସ୍ତରରେ ୨୮ପ୍ରତିଶତ ପଦ ଖାଲି ରହିଛି । ରାଜ୍ୟରେ ଥିବା ଅତିରିକ୍ତ କୋର୍ଟ ଗୁଡ଼ିକର ଜଜଙ୍କ କ୍ଷେତ୍ରରେ ୨୦ପ୍ରତିଶତ ପଦ ଖାଲି ରହିଛି । ଖାଲି ସେତିକି ନୁହେଁ ହାଇକୋର୍ଟରେ ଷ୍ଟାଫ ପଦ ମଧ୍ୟ ୨୮ପ୍ରତିଶତ ଖାଲି ରହିଛି। ଏହି ରିପୋର୍ଟ ଦେଖି ବିଜେପି କହିଛି ଲୋକଙ୍କୁ ନ୍ୟାୟ ପ୍ରଦାନରେ ଓଡ଼ିଶା ସରକାର ଫେଲ୍। କଂଗ୍ରେସ କହିଛି ରାଜ୍ୟର ଆଇନ ସ୍ଥିତି ଉଦବେଗ କହିଲେ ନ ସରେ । ବିରୋଧୀଙ୍କ ରିଆକ୍ସନ ଦେଖି ରିଆକ୍ଟ କରିଛି ବିଜେଡି ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ,ବିଜୁ ଜନତା ଦଳର ୨୩ବର୍ଷର ଶାସନ ଭିତରେ ଅନେକ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ରାଜ୍ୟର ଖ୍ୟାତି ବଢ଼ିଛି। ନ୍ୟାୟପାଳିକା ପ୍ରସଙ୍ଗ ଏକ ଦୀର୍ଘ ମିଆଦି ଆଲୋଚନାର ବିଷୟ କହି ସେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କୋର୍ଟରେ ପଡିରହୁଛି ଅନେକ ମାମଲା । ବିଚାରପତି, କୋର୍ଟ ଷ୍ଟାଫ୍ ପଦବୀ ଖାଲି ରହୁଥିବାରୁ ମାମଲା ବିଚାର ହୋଇପାରୁନି । ଫଳରେ ନ୍ୟାୟରୁ ବଞ୍ଚିତ ହୋଇ କୋର୍ଟ ଦୁଆର ଦୁଆର ବୁଲି ନିରାଶ ହେଉଛନ୍ତି ସାଧାରଣ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍