Masthead

ପୁଣି ସ୍ୱାଭାବିକ ହେଲା ସ୍କୁଲ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ପୁଣି ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢ଼େ ୧୧ଟା ବଦଳରେ ସାଢ଼େ ୬ରୁ ୧୧ଟା ଯାଏଁ ଶ୍ରେଣୀରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମ ପ୍ରବାହର ସ୍ଥିତି ଦେଖି ଜିଲ୍ଲାପାଳ ମାନେ ଚାହିଁଲେ କ୍ଲାସ ଟାଇମିଂ ପରିବର୍ତ୍ତନ କରିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେହିଭଳି ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି। ସ୍କୁଲରେ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିଲା।

୨୧ ତାରିଖରେ ସମସ୍ତ ବିଦ୍ୟାଳୟରେ ଯେପରି ପିଟିଏମ୍ ହୁଏ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ସେଥିପ୍ରତି ଗୁରୁତ୍ବ ଦେବେ ।  ପିଟିଏମ୍ ଉପସ୍ଥାନ ଓ ବୈଠକର ଟିକିନିଖି ତଥ୍ୟ ଉପସ୍ଥାନ ପଞ୍ଜୀକରଣରେ ଉଲ୍ଲେଖ ରହିବ । ଅଭିଭାବକଙ୍କ ବସିବା ପାଇଁ ବ୍ୟବସ୍ଥା କରାଇବା ଓ କ୍ୟାମ୍ପସର ସ୍ବଚ୍ଛତା ଉପରେ ସ୍କୁଲର ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବେ । ଡିଇଓ, ଡିପିସି, ଏଡିଇଓ, ଡିପିଓ ଅଫିସ୍, ଡିଆଇଇଟି ଶିକ୍ଷକ, ବିଇଓ, ଏବିଇଓ, ସିଆରସିସିମାନେ ପିଟିଏମ୍ ଉପରେ ତୀକ୍ଷ୍ନ ନଜର ରଖିବେ । ବୈଠକ ସରିବା କ୍ଷଣି ୨ରୁ ୫ଟି ଫଟୋ ସହ ସଂକ୍ଷିପ୍ତ ବିବରଣୀ ପ୍ରଧାନ ଶିକ୍ଷକମାନେ ଓସେପାକୁ ପଠାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି