Masthead

ଚେନ୍ନାଇ ସୁପରକିଙ୍ଗ୍ସର ବିଜୟ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ):  ଆଇପିଏଲ ୨୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୭ ୱିକେଟରେ ସନରାଇଜର ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୪ ରନ ହିଁ କରି ପାରିଥିଲା । ଜବାବରେ ଚେନ୍ନାଇ ୩ ୱିକେଟ ହରାଇ ମାତ୍ର ୧୮.୪ ଓଭରରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରବୀନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଟସ ଜିତି ପ୍ରଥମେ ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଚେନ୍ନାଇ ।

ପ୍ରଥମ ୱିକେଟ ପାଇଁ ହାରି ବୃକ୍ ଓ ଅଭିଶେକ ଶର୍ମାଙ୍କ ମଧ୍ୟରେ ୩୫ ରନ ଭାଗିଦାରୀ ହୋଇଥିଲା। ଅଭିଶେକ ଶର୍ମା ଗୋଟିଏ ପଟେ ବଡ଼ ସଟ ଖେଳିବା ଜାରି ରଖିଥିଲେ। ସେ ୨୬ଟି ବଲରୁ ୩୪ ରନ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ପାଲଟିଥିଲେ। ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ ୨୧ କରି ଆଉଟ ହୋଇଥିଲେ। ଶେଷ ବେଳକୁ କ୍ଲାସିନ ଓ ମାର୍କୋ ଜାନସେନ ୧୭ ଲେଖାଏଁ କରି ଦଳୀୟ ସ୍କୋରକୁ ୧୩୪ରେ ପହଞ୍ଚାଇଥିଲେ। ସେପଟେ ଚେନ୍ନାଇ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ଜାଡେଜା ୫.୫୦ ହାରରେ ୨୨ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ୱିକଟେ ନେଇଛନ୍ତି।

ପ୍ରଥମ ୱିକଟେ ପାଇଁ ଉଭୟଙ୍କ ମଧ୍ୟରେ ୮୭ ରନ ପାର୍ଟନରସିପ ହୋଇଥିଲା । ଏହାପରେ ଋତୁରାଜ ଗାଏକୱାଡ ରନ ଆଉଟ ହୋଇଥିଲେ । ଏହାପରେ ଆଜିଙ୍କ୍ୟ ରାହାଣେ ଓ ଆମ୍ବାତି ରାୟୁଡୁ ୯ ରନ ଲେଖାଏଁ କରି ଆଉଟ ହୋଇଥିଲେ । ସପେଟ ଡେଭନ କନଭୟ ବଡ଼ ସଟ ଖେଳିବା ଜାରି ରଖିଥିଲେ। ସେ ୫୭ଟି ବଲରେ ୭୭ ରନ କରି ଦଳକୁ ବିଜୟୀ କରାଇଥିଲେ। ତେବେ ଆଇପିଏଲ ମ୍ୟାଚରେ ବର୍ତ୍ତମାନ ପଏଣ୍ଟ ଟେବୁଲରେ ସନ ରାଇଜର୍ସ ହାଇଦ୍ରାବାଦ ନବମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ତୃତୀୟ ସ୍ଥାନରେ ରହିଛି । ଶୀର୍ଷରେ ରହିଛି ରାଜସ୍ଥାନ ରୟାଲ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ