ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଙ୍ଗ । ଝାରସୁଗୁଡ଼ା ଉପନିର୍ବାଚନରେ ହେବ ୱେବକାଷ୍ଟିଙ୍ଗ । ସିଧାସଳଖ ନିର୍ବାଚନ ଅଧିକାରୀ ଦେଖିପାରିବେ ନିର୍ବାଚନ ପ୍ରକ୍ରିୟା । ଝାରସୁଗୁଡ଼ାରେ ୪୦ ପ୍ରତିଶତ ରହିଛି ସମ୍ବେଦନଶୀଳ ବୁଥ । ଏନେଇ ସୂଚନା ଦେଇଛନ୍ତି ମୁଖ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ ଆହୁରି ମଧ୍ୟ କହିଛନ୍ତି ଝାରସୁଗୁଡାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି । ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ ପାଇଛୁ । ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି । ସବୁର ତଦନ୍ତ ଚାଲିଛି । ମୁଁ ନିୟମିତ ଭାବେ ଝାରସୁଗୁଡା ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ନିକୁଞ୍ଜ ଧଳ ।